fbpx

ଭାରତର ଏହି ଗାଁରେ ଜନ୍ମ ହୋଇଥିଲେ ମା ସରସ୍ୱତୀ: ଆଜି ବି ସେଠାରେ ରହିଛି ଭୀମକୁଣ୍ଡ, ଦେଖନ୍ତୁ ଫଟୋ

ଉତ୍ତରାଖଣ୍ଡର ଜେଶୀମଠ ବିଷୟରେ ଆପଣ ଆପଣ ଅନେକ ଦିନରୁ ଶୁଣିଥିବେ ବା ପଢ଼ିଥିବେ । ଏପରି ପରିସ୍ଥିତିରେ ଆମେ ଆଜି ଦେବୀ ସରସ୍ୱତୀଙ୍କ ଜନ୍ମ କାହାଣୀ ବିଷୟରେ କହିବାକୁ ଯାଉଛୁ । ଏଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଆପଣ ଭାରତର ଶେଷ ଗାଁକୁ ଦେଖିପାରିବେ । ଏପରି ଲୋକଙ୍କ ବିଶ୍ୱାସ ଅଛି କି, ମହାଭାରତ ଅବଧି ଶେଷରେ ପାଣ୍ଡବମାନେ ଏଠାରୁ ସ୍ୱର୍ଗକୁ ଯାଇଥିଲେ । ସେଠାରେ ଭୀମ ମଧ୍ୟ ଦୌପଦୀଙ୍କ ପାଇଁ ଏକ ପୁଲ ବା କୁଣ୍ଡ ନିର୍ମାଣ କରିଥିଲେ । ଏହି କୁଣ୍ଡ ତଳେ ସରସ୍ୱତୀ ନଦୀର ଧାରା ପ୍ରବାହିତ ହେଉଛି । ଏହି ସ୍ଥାନରେ ଦେବୀ ସରସ୍ୱତୀଙ୍କ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ । ମହର୍ଷି ବ୍ୟାସଦେବ ମଧ୍ୟ ପୁରାଣ ଓ ମହାଭାରତର ରଚନା ଏହି ଧାରାରେ ସ୍ନାନ କରି କରିଥିଲେ ।

ଜାଣନ୍ତୁ ଭୀମ କୁଣ୍ଡ ବିଷୟରେ :-
ଏଠାରେ ଆପଣଙ୍କୁ ଦେଖିବାକୁ ମିଳିବ କି, ସରସ୍ୱତୀ ନଦୀ ଉପରେ ପ୍ରାକୃତିକ ଭାବରେ ଏକ ପଥର କୁଣ୍ଡ ନିର୍ମାଣ କରାଯାଇଛି । ଏହାକୁ ଭୀମକୁଣ୍ଡ କୁହାଯାଏ । ପ୍ରାଚୀନ ବିଶ୍ୱାସ ଅନୁଯାୟୀ, ଯେତେବେଳେ ପାଣ୍ଡବ ଦୌପଦୀଙ୍କ ସହ ସ୍ୱର୍ଗକୁ ଯାଉଥିଲେ, ସେମାନେ ରାସ୍ତାରେ ଏହି ନଦୀକୁ ଦେଖିଥିଲେ । ଏଭଳି ପରିସ୍ଥିତିରେ ଯେପରି ଦୌପଦୀ ଆରାମରେ ନଦୀ ପାର ହୋଇପାରିବେ, ସେଥିପାଇଁ ଭୀମ ଏଠାରେ ଏକ ବଡ଼ ପଥର ରଖିଥିଲେ । ଆପଣ ନଦୀ ନିକଟରେ ୨୦ ଫୁଟ ଲମ୍ବର ପାଦଚିହ୍ନ ମଧ୍ୟ ଦେଖିପାରିବେ । କୁହାଯାଏ କି ଏହା ଭୀମଙ୍କ ପାଦ ।

Mahabharat katha: भारत के इस गांव में हुआ था मां सरस्वती का जन्म, आज भी है यहां  भीम का पुल; देखें फोटो

ମହର୍ଷି ବ୍ୟାସ ଏଠାରେ ରଚିଥିଲେ ଗୀତା :-
ମହର୍ଷି ବ୍ୟାସ ଏହି ଗୁମ୍ଫାରେ ବେଦ ଏବଂ ଗୀତା ରଚନା କରିଥିଲେ । ଏହି କାରଣରୁ ଏହି ଗୁମ୍ଫାକୁ ବ୍ୟାସ ପୁସ୍ତକ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ, ଅନେକ ବର୍ଷ ପରେ ପୁସ୍ତକ ପଥର ଆକାରରେ ପରିଣତ ହେଲା ।

The Last Indian Village Mana: बद्रीनाथ से कुछ किमी आगे है भारत का आखिरी गांव  माना, जहां भीम ने किया था स्वर्ग जाने के लिए पुल का निर्माण

ଏଠାରେ ହୋଇଥିଲା ମହାଭାରତର ରଚନା :-
ଆପଣ ଏଠାରେ ଦେଖିପାରିବେ କି, ବ୍ୟାସ ଗୁମ୍ଫାରୁ କିଛି ଦୂରରେ ଗଣେଶ ଗୁମ୍ଫା ରହିଛି । ବିଶ୍ୱାସ କରାଯାଏ ଯେ, ମହର୍ଷି ବ୍ୟାସ ନିଜ ଗୁମ୍ଫାରୁ ଭଗବାନ ଗଣେଶଙ୍କୁ ଏହି ଗୁମ୍ଫାରେ ମହାଭାରତ ଶୁଣାଇଥିଲେ । ତାପରେ ଭଗବାନ ଗଣେଶ ଏହାର ରଚନା କରିଥିଲେ ।

mana village is knowns as last village on india china border - VIDEO: ये है  वो स्थान जहां से निकलती है सरस्वती नदी

ଦେଶର ଶେଷ ଦୋକାନ :-
ଏଠାରେ ମାଣା ଗାଁ ଅଛି, ଯେଉଁଠାରେ ଆପଣ ଭାରତର ଶେଷ ଚା ଦୋକାନ ଦେଖିବାକୁ ପାଇବେ । ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହି ଦୋକାନରେ ପହଞ୍ଚନ୍ତି ।

The Last Indian Village Mana: बद्रीनाथ से कुछ किमी आगे है भारत का आखिरी गांव  माना, जहां भीम ने किया था स्वर्ग जाने के लिए पुल का निर्माण

Get real time updates directly on you device, subscribe now.