fbpx

ଦେଶରେ ସର୍ବନିମ୍ନ ସ୍ଥାନରେ ଜନ୍ମହାର: ସଂଖ୍ୟା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଉଛନ୍ତି ଚୀନ ସରକାର

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରରେ ଜନ୍ମହାର ସଂଖ୍ୟା ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ଧିରେ ଧିରେ ଚୀନର ଜନ୍ମହାର ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ୨୦୨୨ ମସିହାରେ ଦେଶ ଜନ୍ମହାର ସର୍ବନିମ୍ନ ୧.୦୯କୁ ଖସିଥିବା ନେଇ ସୂଚନା ମିଳିଛି । ଚୀନ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ଜନ୍ମହାର ଗତ ୬ ଦଶନ୍ଧି ଭିତରେ ଏକ ରେକର୍ଡ ପରିମାଣରେ ତଳକୁ ଖସିଛି । ୬ ଦଶନ୍ଧି ମଧ୍ୟରେ ଦେଶରେ ଜନ୍ମହାର ସର୍ବନିମ୍ନକୁ ଖସି ଆସିଛି ।

ତେବେ ଦେଶରେ ବୟସ୍କଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଦେଶରେ ହ୍ରାସ ପାଉଥିବା ଜନ୍ମହାରକୁ ନଜରରେ ରଖି ଏଥିପାଇଁ ଏକ ବଡ଼ ପଦକ୍ଷେପ ନେବା ପାଇଁ ପ୍ରୟାସ କରୁଛନ୍ତି ସରକାର । ଦେଶରେ କିପରି ଜନ୍ମହାର ବୃଦ୍ଧି କରାଯାଇ ପାରିବ ସେ ନେଇ ଯୋଜନା କରାଯାଉଥିବା ବେଳେ ଏ ନେଇ ନିଆଯାଇଥିବା ପଦକ୍ଷେପ ସଫଳ ହେବ ବୋଲି ଆଶା କରାଯାଉଛି । ଜନ୍ମହାର ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନକୁ ଗୁରୁତ୍ୱ ଦିଆଯାଇଛି । ଦେଶରେ ଜନ୍ମହାର ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହାସହିତ ଉନ୍ନତମାନର ଚାଇଲ୍ଡ କେୟାର ସୁବିଧା ମଧ୍ୟ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିି ଦେଇଛନ୍ତି ସରକାର ।

Get real time updates directly on you device, subscribe now.