fbpx

ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବୀ କଲେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ-ଗାଈସିଲଟ ମୁଖ୍ୟ ରାସ୍ତାର ତମିଆଁ ସୁନାମୁଦି ଛକ ମଧ୍ୟରେ ଗତ ବୁଧବାର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଜଣେ ଯୁବକ ଟଙ୍କଧର ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ମୃତ ଯୁବକଙ୍କ ଘର ଲରମ୍ଭାସ୍ଥିତ ଇନାପୁର ଗ୍ରାମରେ ବୋଲି ଜଣାପଡିଥିଲା । ତେବେ ଦୁର୍ଘଟଣା ସମୟରେ ସାଂସଦ ବିଶି ଗାଡିରେ ଥିଲେ ମଧ୍ୟ ସେ ନିଜ ମୁଣ୍ଡ ଉପରକୁ କୌଣସି ଦୋଷ ନେବାକୁ ମନା କରି ଦେଇଛନ୍ତି । ଅନ୍ୟ ପକ୍ଷରେ ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛି । ବିଶି କହିଛନ୍ତି ଯେତେବେଳ କାର୍ ସ୍କୁଟର ଦେହରେ ପିଟି ହେଲା ସେତେବେଳେ ସେ ଗାଡିରେ ନ ଥିଲେ ।

ଡ୍ରାଇଭର ତାଙ୍କୁ ଘରେ ଛାଡି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ସେ କହିଛନ୍ତି । ସାଂସଦ ଆହୁରି କହିଥିଲେ ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗ ଦେବା ଲାଗି ସେ ଖପ୍ରାଖୋଲ ଯାଇଥିଲେ । ଡ୍ରାଇଭର ତାଙ୍କୁ ଘରେ ଛାଡି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ କିଛି ସ୍ଥାନୀୟ ଲୋକ ଦାବୀ କରିଛନ୍ତି ଦୁର୍ଘଟଣା ସମୟରେ ସାଂସଦ ଗାଡିରେ ଉପସ୍ଥିତ ଥିଲେ । ପୋଲିସ ଘଟଣାର ଯାଞ୍ଚ ଜାରି ରଖିଥିବା ବେଳେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ସାଂସଦ ବିଶିଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଛନ୍ତି । ସେ କହିଛନ୍ତି ଦୁର୍ଘଟଣା ସମୟରେ ସାଂସଦ କାର୍ ରେ ଉପସ୍ଥିତ ଥିଲେ ଏବଂ ଘଟଣା ପରେ ସେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନା ନ ନେଇ ସେଠାରୁ ପଳାଇ ଯିବା ନିହାତି ଅମାନବିକତାର ପରିଚୟ ।

Get real time updates directly on you device, subscribe now.