fbpx

ପୁଣି ୧୦୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଫେସବୁକ୍: ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ବିଲିୟନେୟାର ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ ଥିବା କମ୍ପାନୀ ମେଟାରେ ପୁନର୍ବାର ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦ୍ୱିତୀୟ ରାଉଣ୍ଡରେ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ହଟାଇବାକୁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଫେସବୁକ ଓ ହ୍ୱାଟ୍ସଆପ ଭଳି ପ୍ଲାଟଫର୍ମ ଯୋଗାଉଥିବା କମ୍ପାନୀରେ ଏହା ହେଉଛି ଛଟେଇର ଶେଷ ଲହର ଏବଂ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି । ପ୍ରଥମ ରାଉଣ୍ଡରେ କମ୍ପାନୀ ଏହାର କର୍ମକ୍ଷେତ୍ରରୁ ୧୧୦୦୦ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା ।

ବିଜନେସ୍ ଟୁଡେ ଅନୁଯାୟୀ, ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ମାର୍ଚ୍ଚ ୨୦୨୩ ରେ ଛଟେଇ ସମ୍ପର୍କରେ କହିଥିଲେ ଯେ, କମ୍ପାନୀର ଦ୍ୱିତୀୟ ରାଉଣ୍ଡ ଛଟେଇର ମୁଖ୍ୟ ଅଂଶ ଅନେକ ମାସ ମଧ୍ୟରେ ଶେଷ ହେବ । ଏହା ସହିତ ସେ ସୂଚାଇ ଦେଇଛନ୍ତି ଯେ କିଛି ଛୋଟ ରାଉଣ୍ଡ ପୁନଃଚକ୍ର ପରେ ମଧ୍ୟ ଜାରି ରହିପାରେ । ପ୍ରଥମ ରାଉଣ୍ଡରେ ୧୧୦୦୦ କର୍ମଚାରୀଙ୍କ ପାଇଁ ବାହାରର ବାଟ ଦେଖାଇବା ପରେ ପୁଣିଥରେ ୧୦୦୦୦ ଲୋକଙ୍କୁ ବାହାର କରିବା ପାଇଁ ଛଟେଇ ଆରମ୍ଭ କରିଥିବା ପ୍ରଥମ ବଡ଼ ଟେକ୍ କମ୍ପାନୀ ହୋଇଛି ।

ଏହି ବିଭାଗଗୁଡ଼ିକ ଉପରେ ପଡ଼ିପାରେ ଛଟେଇର ପ୍ରଭାବ:-
ଫେସବୁକ୍ (ମେଟା) ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟର ଲେ ଅଫ୍ ର ପ୍ରଭାବ କମ୍ପାନୀର ଅନେକ ବିଭାଗରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । କିଛି କର୍ମଚାରୀ ଲିଙ୍କଡଇନରେ ରିପୋର୍ଟ କରିଛନ୍ତି ଯେ, ଏହି ଛଟେଇଗୁଡିକ ମାର୍କେଟିଂ, ସେଲ୍ସ, ସାଇଟ୍ ସୁରକ୍ଷା, ପ୍ରୋଗ୍ରାମ ମ୍ୟାନେଜମେଣ୍ଟ, କଣ୍ଟେଣ୍ଟ କାଟେଗୋରୀ ଏବଂ କର୍ପୋରେଟ୍ କମ୍ୟୁନିକେସନ୍ ଟିମ୍ ଉପରେ ପ୍ରଭାବ ପକାଉଛି ଏବଂ ଅନେକ ଲୋକ ଚାକିରି ହରାଇଛନ୍ତି ।

Get real time updates directly on you device, subscribe now.