fbpx

ମେଡିକାଲ ଷ୍ଟୋରର ମନଇଛା କାମ ଉପରେ ଲାଗିବ ଲଗାମ୍: ଯେତିକି ଦରକାର ସେତିକି ମେଡିସିନ୍ କିଣିବାର ରହିବ ସ୍ୱାଧିନତା

ନୂଆଦିଲ୍ଲୀ: ଆପଣ ଯେତେବେଳେ ମେଡିକାଲ ଷ୍ଟୋରକୁ ଗୋଟିଏ ଟାବଲେଟ୍ କିଣିବାକୁ ଯାଆନ୍ତି, ତେବେ ଆପଣଙ୍କୁ ପୁରା ଷ୍ଟ୍ରିପ୍ କିଣିବାକୁ ପଡ଼ିଥାଏ । ପରବର୍ତ୍ତୀ ସମୟରେ ଏହି ଅସୁବିଧାରୁ ଆପଣଙ୍କୁ ଆରାମ ମିଳିପାରେ । କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ଏକ ଯୋଜନା ଉପରେ କାମ କରୁଛି ।

ଏହା ମୁତାବକ, କଟା ବା ଛିଦ୍ର ସହିତ ମେଡିସିନ୍ ଷ୍ଟ୍ରିପ୍ ପ୍ରସ୍ତୁତ କରାଯିବ । ଏହାର ପ୍ରତ୍ୟେକ ଅଂଶରେ ଏହାର ଉତ୍ପାଦନ ତାରିଖ ଏବଂ ସମାପ୍ତି ତାରିଖ ରହିବ । ଏଥିରେ ଆପଣଙ୍କୁ ଯେତିକି ଟାବଲେଟ୍ ଦରକାର, ସେତିକି ହିଁ ମିଳିବ । ଅନ୍ୟ ଏକ ବିକଳ୍ପ ଖୋଜାଚାଲିଛି । ମେଡିସିନର ଷ୍ଟ୍ରିପ୍ ଉପରେ କ୍ୟୁଆର କୋଡ୍ ମୁଦ୍ରିତ ହେବ ।

ସୂତ୍ରରୁ ପ୍ରକାଶ ଯେ, ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସନାଲ କଞ୍ଜ୍ୟୁମର ହେଲ୍ପଲାଇନ (ଏନଏଚସି)ରେ ସମଗ୍ର ଷ୍ଟ୍ରିପ୍ କିଣିବାକୁ ଜିଦ୍ ଧରିଥିବା ଅଭିଯୋଗରେ ବୃଦ୍ଧି ଘଟିଛି । ଏହି ଆଲୋଚନା ପରେ କମ୍ପାନୀଗୁଡିକ ସହିତ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହା ଆଗାମୀ ସମୟରେ ଚୂଡାନ୍ତ ହୋଇପାରିବ ।

ଅଧିକାରୀ କହିଛନ୍ତି ଯେ ମେଡିସିନର ସମ୍ପୂର୍ଣ୍ଣ ଷ୍ଟ୍ରିପକୁ ଜବରଦସ୍ତ କିଣିବା ଦ୍ୱାରା ନଷ୍ଟ ହୋଇଥାଏ । ଗ୍ରାହକଙ୍କ ଉପରେ ମଧ୍ୟ ଅନାବଶ୍ୟକ ଆର୍ôଥକ ବୋଝ ପଡ଼ିଥାଏ । ସେ କହିଛନ୍ତି, “ଆମେ ଷ୍ଟ୍ରିପ୍ କାଟିବା ଏବଂ ପ୍ରତ୍ୟେକ ଷ୍ଟ୍ରିପ୍ ଉପରେ ଉତ୍ପାଦନ ଏବଂ ସମାପ୍ତି ତାରିଖ ପ୍ରିଣ୍ଟ କରିବାକୁ ପରାମର୍ଶ ଦେଉଛୁ । କ୍ୟୁଆର କୋଡ୍ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.