fbpx
BJD SKY
BJD SKY

କଂଗ୍ରେସ ଛାଡିଲେ ବିଶ୍ୱ ଭୂଷଣ ଦାସ, ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା

BJD

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ କଂଗ୍ରେସ ନେତା ଦଳ ଛାଡିବାରେ ଲାଗିଛନ୍ତି। ପୂର୍ବରୁ ଅନେକ ନେତା ଦଳ ଛାଡି ସାରିଥିବା ବେଳେ ଏବେ ଦଳ ଛାଡିଛନ୍ତି ଖୋଦ କଂଗ୍ରେସ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ବିଶ୍ୱ ଭୂଷଣ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ତେବେ ବିଶ୍ୱ ଭୂଷଣ କେଉଁ କାରଣ ପାଇଁ ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବିଶ୍ୱ ଭୂଷଣ କଂଗ୍ରେସ ଛାଡିବା ପରେ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

ସୂଚନା ଥାଉକି, କାକଟପୁରର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଶ୍ୱ ଭୂଷଣ ୨୦୦୯ ଏବଂ ୨୦୧୯ରେ ନିର୍ବାଚନ ଲଢିଥିଲେ । ଛାତ୍ର ଓ ଯୁବ କଂଗ୍ରେସରେ ତାଙ୍କର ବେଶ୍ ଦବଦବା ଥିଲା। ତେବେ ସେ ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ୟ୍ୟ କରିଥିଲେ। ବିଶ୍ୱଭୂଷଣ ପୂର୍ବରୁ ପିସିସି ସାଧାରଣ ସଂପାଦକ ମଧ୍ୟ ଥିଲେ ।

Get real time updates directly on you device, subscribe now.