fbpx
BJD SKY
BJD SKY

ATM ମେସିନ୍ ନିକଟରେ ଏହି ଗୋଟିଏ ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ, ନିମ୍ନୋକ୍ତ ଘଟଣାରୁ ଜାଣନ୍ତୁ ତାହା କେଉଁ ଭୁଲ୍

BJD

ନୂଆଦିଲ୍ଲୀ: ଲୋକଙ୍କୁ ଫସାଇବା ଲାଗି ସ୍କାମର୍ସ ବିଭିନ୍ନ ପ୍ରକାର ଚାଲ୍ ଚଲାଉଛନ୍ତି । ନିକଟରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ହୋଇଛି । ସ୍କାମର୍ସ ମହିଳାଙ୍କୁ ଏଟିଏମ୍ ଫ୍ରଡ୍‌ରେ ଫସାଇ ଦେଇଛନ୍ତି । ଘଟଣା ଏହି ମାସ ଆରମ୍ଭରେ ଘଟିଛି । ପୀଡିତ ମହିଳା ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ରହନ୍ତି । ପୀଡିତା ଏଟିଏମ୍‌ରୁ ପଇସା ଉଠାଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କ କାର୍ଡ ମେସିନ୍‌ରେ ଫସିଯାଇଥିଲା । ଏହାପରେ ସେ ହେଲ୍ପ ଲାଇନ୍ ନମ୍ବରରେ କଲ୍ କରିଥିଲେ । ଏହି ସମୟରେ ତାଙ୍କ ସହ ସ୍କାମ୍ ହୋଇଯାଇଥିଲା । ସ୍କାମର ତାଙ୍କ ଠାରୁ ୨୧ ହଜାର ଟଙ୍କା ଠକି ନେଇଥିଲେ ।

ପୀଡିତା ଏ ବିଷୟରେ ଏକ୍ସରେ ସୂଚନା ଦେଇ କହିଛନ୍ତି, ତାଙ୍କ କାର୍ଡ ମେସିନ୍‌ରେ ଫସିଯିବା ପରେ ସେ ଏଟିଏମ୍ କାନ୍ଥରେ ଲେଖାଯାଇଥିବା ଏକ ହେଲ୍ପଲାଇନ୍ ନମ୍ବରରେ ଫୋନ୍ କରିଥିଲେ । ଏଟିଏମ୍ ବାହାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ କି ତାହା ଏଜେଣ୍ଟଙ୍କ କଣ୍ଟାକ୍ଟ ନମ୍ବର । ଏହାପରେ ପୀଡିତା ସେହି ନମ୍ବରରେ ଡାଏଲ୍ କରିଥିଲେ । ଏହାପରେ ଏଜେଣ୍ଟ ତାଙ୍କୁ ରିମୋଟ୍ ଜରିଆରେ ଏଟିଏମ୍ ସୁଇଚ୍ ଅଫ୍ କରିବାକୁ କହିଥିଲେ ଯଦ୍ଦ୍ୱାରା ସେ ନିଜ କାର୍ଡକୁ ବାହାର କରିପାରିବେ । ଏଥିପାଇଁ ସ୍କାମର ତାଙ୍କୁ କିଛି ଷ୍ଟେପସ୍ ଫଲୋ କରିବାକୁ କହିଥିଲା । କିନ୍ତୁ ଷ୍ଟେପସ୍ ଫଲୋ କରିବା ପରେ ତାଙ୍କ କାର୍ଡ ବାହାରକୁ ଆସି ନ ଥିଲା ।

ଏହାପରେ ନକଲି ଏଜେଣ୍ଟ ତାଙ୍କୁ ଆଶ୍ୱାସନା ଦେଇଥିଲା କି ଆସନ୍ତା କାଲି ଇଂଜିନିୟର୍ସ ତାଙ୍କ କାର୍ଡ ବାହାର କରି ତାଙ୍କୁ ଫେରାଇ ଦେବେ । ପରେ ପୀଡିତା ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରୁ ପଇସା ଉଠାଇ ନିଆଯାଇଛି ଓ ଏଟିଏମ୍‌ରେ ତାଙ୍କ କାର୍ଡ ବି ନାହିଁ । ଏହାପରେ ପୀଡିତା ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏବେ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି ।

ତେଣୁ ଆପଣ ବି ଏପରି ସମସ୍ୟାର ସମ୍ମୁଖୀନ ହେଲେ କାନ୍ଥରେ ଲେଖାଯାଇଥିବା ନମ୍ବର ଉପରେ ଭରସା କରନ୍ତୁ ନାହିଁ । ଅପରପକ୍ଷେ ଆପଣ ସିଧା ନିଜ ବ୍ୟାଙ୍କ ସହ ସଂପର୍କ କରନ୍ତୁ । ଏଥିପାଇଁ ଆପଣ ବ୍ୟାଙ୍କର ଅଧିକାରୀକ ୱେବସାଇଟ୍‌ରୁ ନମ୍ବର କାଢନ୍ତୁ ।

Get real time updates directly on you device, subscribe now.