fbpx

ଘୋଷଣାପତ୍ର ଜାରି କଲା କଂଗ୍ରେସ: ୫ ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି’ ଦେଲା ଦଳ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କଂଗ୍ରେସ ପାର୍ଟି ନିଜର ଘୋଷଣାପତ୍ର ଜାରି କରିଛି। ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହି ଘୋଷଣାପତ୍ରକୁ ପ୍ରକାଶ କରିଛନ୍ତି। ଯାହା ୫ ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି’ ଉପରେ ଆଧାରିତ ଥିବା ଦେଖିବାକୁ ମିଳିଛି। ତେବେ ଏଥିରେ କେନ୍ଦ୍ର ସରକାରରେ ୩୦ ଲକ୍ଷ ଚାକିରି, ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା, ଜନଗଣନା, ଏମଏସପି ପର୍ୟ୍ୟନ୍ତ ଆଇନଗତ ସ୍ଥିତି, ମନରେଗା ବେତନ ୪୦୦ ଟଙ୍କା, ଯାଞ୍ଚ ଏଜେନ୍ସିର ଅପବ୍ୟବହାର ବନ୍ଦ କରିବା ପ୍ରମୁଖ ଅନ୍ତର୍ଭୁକ୍ତ ରହିଛି।

ସୂଚନା ଥାଉକି, ଆସନ୍ତାକାଲି ଜୟପୁର ଏବଂ ହାଇଦ୍ରାବାଦରେ ଏକ ସାଧାରଣ ସଭା ଆୟୋଜନ କରାଯିବ। ଯେଉଁଥିରେ ଦଳର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ। ଏଥିରେ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ଯୋଗଦେବେ। ଏହି ସମୟରେ ରାହୁଲ ଗାନ୍ଧୀ ଘୋଷଣାପତ୍ର ସମ୍ପର୍କରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ରାଲି ମାଧ୍ୟମରେ କଂଗ୍ରେସର ସମସ୍ତ ନେତା ଦଳର ଘୋଷଣାପତ୍ର ଜାରି କରିବେ।

 

Get real time updates directly on you device, subscribe now.