fbpx
BSKY
BJD MS SKY
BJD YOUTH SKY

ଆପ୍ ମନ୍ତ୍ରୀ ଆତିଶୀଙ୍କ ସମସ୍ୟା ବଢିଲା, ଏହି ମାମଲାରେ ନୋଟିସ୍ ପଠାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ମନ୍ତ୍ରୀ ଆତିଶୀ ସିଂହଙ୍କ ସମସ୍ୟା ବଢିପାରେ । ବିଜେପିରେ ଯୋଗ ନ ଦେବାରୁ ତାଙ୍କୁ ଧମକ ମିଳିଥିବା ନେଇ ସେ ଯେଉଁ ଅଭିଯୋଗ କରିଥିଲେ ତାହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା । ଆତିଶୀଙ୍କୁ ଆସନ୍ତା ସୋମବାର ୧୨ଟା ସୁଦ୍ଧା ଏହି ନୋଟିସ୍‌ର ଜବାବ ଦେବାକୁ ହେବ । ନିର୍ବାଚନ କମିଶନ କହିଛନ୍ତି ନୋଟିସ୍‌ର ପ୍ରତ୍ୟେକ ପାରାର ଜବାବ ଲିଖିତ ଆକାରରେ ଦିଆଯିବା ଉଚିତ ।

ଏହା ପୂର୍ବରୁ ବିଜେପି ମଧ୍ୟ ଆତିଶୀଙ୍କୁ ନୋଟିସ୍ ପଠାଇଥିଲା ଓ ପଚାରିଥିଲା କି କାହା ପକ୍ଷରୁ ବିଜେପିରେ ସାମିଲ ହେବାକୁ ଅଫର ମିଳିଛି ଏହାର ଖୁଲାସା ହେବା ଉଚିତ । ବିଜେପି କହିଥିଲା ଯଦି ସତ ସାମ୍ନାକୁ ନ ଆସିିବ ତେବେ ଏହା ବିରୁଦ୍ଧରେ ଆଇନଗତ ପ୍ରକ୍ରିୟା ଗ୍ରହଣ କରାଯିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ଗତ ୩ ଦିନ ତଳେ ଆତିଶୀ ସିଂହ ତାଙ୍କୁ ବିଜେପିରେ ଯୋଗ ଦେବାକୁ ଅଫର ମିଳୁଛି ଓ ଧମକ ବି ମିଳୁଛି ବୋଲି କହିଥିଲେ । ଏହା ସହିତ ସେ କହିଥିଲେ ଆଗାମୀ ୨ ମାସ ଭିତରେ ଆପ୍‌ର ଆଉ ୪ ନେତାଙ୍କୁ ଗିରଫ କରାଯିବ । ସେ କହିଥିଲେ ପ୍ରଥମେ ତାଙ୍କୁ ଓ ପରେ ସୌରଭ ଭରଦ୍ୱାଜଙ୍କୁ ଗିରଫ କରାଯିବ । ଏହାପରେ ଦୁର୍ଗେଶ ପାଠକ ଓ ରାଘବ ଚଢା ବି ଗିରଫ ହେବେ ।

Get real time updates directly on you device, subscribe now.