fbpx

ପତିଙ୍କ ସଂପତ୍ତିରେ ପତ୍ନୀଙ୍କର ରହିଛି କେତେ ଅଧିକାର? ଆଇନରେ କ’ଣ ରହିଛି ଉଲ୍ଲେଖ ଆସନ୍ତୁ ଜାଣିବା

ଓଡ଼ିଶା ଭାସ୍କର: ଭାରତୀୟ ପରିବାରରେ ମହିଳାଙ୍କୁ ପାରମ୍ପରିକ ରୂପରେ ଆର୍ଥିକ ମାମଲାରୁ ଦୂରେଇ ରଖାଯାଏ । ଫଳରେ ସେମାନେ ନିଜର ଅର୍ଥନୈତିକ ଅଧିକାର ବିଷୟରେ ଜାଣିପାରନ୍ତି ନାହିଁ । ଏବେ କିନ୍ତୁ ସମୟ ବଦଳିଛି । ତେଣୁ ମହିଳାମାନେ ଆର୍ଥିକ ରୂପରେ ଆତ୍ମନିର୍ଭର ହେବା ସହ ନିଜର ଅର୍ଥନୈତିକ ଅଧିକାର ବିଷୟରେ ବି ଜାଣିବା ଉଚିତ । ପତ୍ନୀ ହିସାପରେ ମହିଳାଙ୍କର କ’ଣ ଆଇନଗତ ଅଧିକାର ରହିଛି ଏହା ସବୁ ମହିଳା ଜାଣିବା ଉଚିତ । ଡିଭୋର୍ସ କିମ୍ବା ଜୀବନସାଥୀଙ୍କର ରୋଗ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଜଣେ ମହିଳାଙ୍କ ଜୀବନରେ ସବୁ କିଛି ବଦଳିଯାଏ । ଏପରି ସ୍ଥିତିରେ ଆପଣ ସଚେତନ ରହିଲେ ପରିସ୍ଥିତିର ସାମ୍ନା କରିପାରିବେ ।

ସର୍ବପ୍ରଥମେ ପତ୍ନୀ ପତିଙ୍କ ସମସ୍ତ ଆର୍ଥିକ ସଂପତ୍ତି ବିଷୟରେ ଜାଣିବା ଉଚିତ । ପତିଙ୍କ ସମସ୍ତ ଆର୍ଥିକ ସଂପତ୍ତିରେ ଆପଣଙ୍କ ନାମ ରହିବା ଉଚିତ । ବ୍ୟାଙ୍କ ଆଦି ଆର୍ଥିକ ସଂସ୍ଥା ଖାତା ଖୋଲିବା ସମୟରେ ନୋମିନୀ ଫର୍ମ ପୂରଣ କରିଥାନ୍ତି । ଏ ବିଷୟରେ ଆପଣ ଜାଣିବା ଉଚିତ କି ଆପଣଙ୍କ ପତି କାହାକୁ ନୋମିନି କରିଛନ୍ତି । ତେବେ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲଙ୍କ ମତରେ ଯଦି ପତିଙ୍କ କୌଣସି ସଂପତ୍ତିର ମୂଲ୍ୟ ୨ ଲକ୍ଷରୁ ଅଧିକ ତେବେ ଦୁର୍ଭାଗ୍ୟବଶତଃ ପତିଙ୍କ ମୃତ୍ୟୁ ପରେ କେବଳ ନୋମିନି ହେବା ଦ୍ୱାରା ଆପଣଙ୍କୁ ଏହାର ହକଦାର ମନେ କରାଯିବ ନାହିଁ । ଏପରି ସଂପତ୍ତି ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ଆପଣଙ୍କ ନାମରେ ଦସ୍ତଖତ କରାଯାଇଥିଲେ ଏହା ଆପଣଙ୍କର ହୋଇପାରିବ । ଅନ୍ୟଥା ମାଲିକ ଯଦି ଉତ୍ତରାଧିକାର ଇଚ୍ଛାପତ୍ର ଆପଣଙ୍କ ନାମରେ କରିଛନ୍ତି ତେବେ ଏହି ସଂପତ୍ତି ଆପଣଙ୍କ ନାମରେ ଟ୍ରାନ୍ସଫର ହେବାରେ କୌଣସି ସମସ୍ୟା ନାହିଁ । ଓକିଲ କହିଛନ୍ତି ନୋମିନି ହେବା ଆଇନଗତ ରୂପରେ ଉତ୍ତରାଧିକାରୀ ନୁହେଁ । ଯେଉଁଠାରେ ନୋମିନି ଭାବରେ କାହାର ନାମ ଲେଖାଯାଇଛି ସେ କେବଳ ଟ୍ରଷ୍ଟି ହିଁ ମନେ କରାଯାଏ ।

ଏପରି ସ୍ଥିତିରେ ପତ୍ନୀ ପତିଙ୍କ ଆର୍ଥିକ ସଂପତ୍ତିକୁ ନେଇ ପୁରା ସୂଚନା ରଖିବା ଉଚିତ । ଏହା ସହିତ ଉତ୍ତରାଧିକାରୀ ଇଚ୍ଛାପତ୍ରରେ ସ୍ପଷ୍ଟ ଭାବରେ ତାଙ୍କ ନାମ ଲେଖିଛନ୍ତି କି ନା ତାହା ଜାଣି ରଖିବା ଉଚିତ । ଏପରି ନ କଲେ ପତ୍ନୀଙ୍କୁ କୋର୍ଟରେ ଉତ୍ତରାଧିକାରୀ ପ୍ରମାଣପତ୍ର ଜମା କରିବାକୁ ହେବ ଓ ଏନଓସି ଆଦି ବିଭିନ୍ନ ଦୀର୍ଘ ପ୍ରକ୍ରିୟା ପୂରଣ କରିବା ପରେ କୋର୍ଟ ପ୍ରମାଣପତ୍ର ଦେଲେ ଯାଇ ସେ ପତିଙ୍କ ସଂପତ୍ତିର ହକଦାର ହୋଇପାରିବେ ।

Get real time updates directly on you device, subscribe now.