fbpx
BJD SKY
BJD SKY

ଏହି ଲୋକମାନେ ଖାଆନ୍ତୁ ନାହିଁ ଆଚାର, ନଚେତ ବଢ଼ିଯିବ ହୃଦରୋଗର ଆଶଙ୍କା

BJD

ଦୈନନ୍ଦିନ ଭୋଜନ ସହିତ ଆଚାର ଏକ ଅଂଶ ପାଲଟିଗଲାଣି । ଘରେ ଯଦି କିଛି ନାହିଁ ତେବେ ଆଚାର ସହିତ ଭାତ ହେଉ ଅବା ରୁଟି ଖାଇ ଦେଉଛନ୍ତି । ତେବେ ଆପଣ ଜାଣିଛନ୍ତି କି, ଏହି ଆଚାର ଅଧିକ ଆହାର କରିବା ଶରୀର ପାଇଁ କ୍ଷତିକାର ସାବ୍ୟସ୍ତ ହୋଇଥାଏ । ଆଚାରରେ ଅଧିକ ପରିମାଣର ଲାକ୍ଟିକ୍ ଏସିଡ୍ ଥାଏ । ଯାହା ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ଆଚାର ଖାଇବା ଦ୍ଵାରା ଆମ ଶରୀରରେ କ’ଣ କ୍ଷତି ହୋଇଥାଏ ।

ରକ୍ତ ଚାପ ରୋଗୀ ଆଚାର ନ ଖାଇବା ଭଲ । ଏଥିରେ ଥିବା ସୋଡ଼ିୟମ ସ୍ତର ରକ୍ତଚାପ ବଢାଏ । ହୃଦରୋଗର ଆଶଙ୍କା ବି ବଢେ । ଯକୃତ କିମ୍ବା ବୃକକରେ ରୋଗରେ ପୀଡିତ ଥିଲେ ତେବେ ଆପଣ ଆଚାର ଖାଇବା କ୍ଷତିକାରକ ହୋଇପାରେ । ଆଚାର ଖାଇଲେ କେତେଜଣଙ୍କର ଅମ୍ଳ ଅସୁବିଧା ବି ହୁଏ । ସେମାନେ ମଧ୍ୟ ଆଚାର ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଅଷ୍ଟିଓପୋରୋସିସ୍ ରୋଗୀଙ୍କୁ ଆଚାର ଖାଇବାକୁ ବିଶେଷଜ୍ଞ ମାନେ ବାରଣ କରିଛନ୍ତି । ଆଚାରରେ ଅଧିକ ପରିମାଣରେ ଲୁଣ ଓ ତେଲ ବ୍ୟବହାର କରାଯାଉଥିବାରୁ ରୋଗୀଙ୍କ ହାଡ଼ ଏଥିପାଇଁ ଅଧିକ ଦୁର୍ବଳ ହୋଇପାରେ ।

Get real time updates directly on you device, subscribe now.