fbpx

Poll Counting-2024; ‘ବରୀ’ ଲଢେଇରେ ଆଗରେ ବିଶ୍ୱ: ଶୁଭିବ କି ଶଙ୍ଖଧ୍ୱନୀ? ଖୁସିରେ ସେଲିବ୍ରେସନ୍ ଆରମ୍ଭ କଲେଣି ସମର୍ଥକ

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ଯାଜପୁରର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ବରୀ । ଏହି ବିଧାନସଭା ଆସନ ପାଇଁ ବରୀରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ । ବିଜେଡି-ବିଜେପି-କଂଗ୍ରେସ ପ୍ରତ୍ୟେକ ଦଳ ତରଫରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ମହାରଥୀ । ତେବେ ଆଜିର ଭୋଟ ଗଣତି ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ସପକ୍ଷରେ ରହିଛି । ୧୪ଟି ପର୍ଯ୍ୟାୟ ଭୋଟ ଗଣନା ସୁଦ୍ଧା ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଖୁବ ଆଗରେ ରହିଛନ୍ତି । ବିଜେପି ଏବଂ କଂଗ୍ରେସକୁ ଚକମା ଦେଇ ବିଜୟ ଅଭିମୁଖେ ଆଗେଇ ଚାଲିଛି ବିଜୁ ଜନତା ଦଳ । ତେଣୁ ବିଜୟୀ ହେବା ଖୁସିରେ ସମର୍ଥକ ଏବେଠାରୁ ସେଲିବ୍ରେସନ୍ ଆରମ୍ଭ କରି ସାରିଲେଣି ।

ବିଦାନସଭା ଆସନ ଲଢେଇରେ ବରୀ ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଥିଲା । କାରଣ ଏଠାରେ ତିନୋଟି ଯାକ ପ୍ରମୁଖ ଦଳ ଲୋକପ୍ରିୟ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲେ । ବିଜେଡି ପକ୍ଷରୁ ବିଶ୍ୱରଞ୍ଜନ ମଲ୍ଲିକ ନିର୍ବାଚନ ଲଢୁଥିବା ବେଳେ ବିଜେପିରୁ ଉମେଶ ଜେନା ଏବଂ କଂଗ୍ରେସର ମଙ୍ଗ ଧରିଥିଲେ ଦେବାଶିଷ ନାୟକ । ନିର୍ବାଚନୀ ପ୍ରଚାର ସାଙ୍ଗକୁ ଜନତାଙ୍କ ସମର୍ଥନ ପାଇବା ପାଇଁ ସମସ୍ତ ପ୍ରାର୍ତୀ ଖୁବ ପ୍ରାୟସ କରିଥିଲେ । କିନ୍ତୁ ଆଜି ଭୋଟ ଗଣତି ଆରମ୍ଭ ହେବା ପରେ ଦୁଇ ଜଣ ପ୍ରାର୍ଥୀଙ୍କୁ ଝଟକା ଲାଗିଛି । କଂଗ୍ରେସର ଦେବାଶିଷ ନାୟକ ଏବଂ ବିଜେପିର ଉମେଶ ଜେନା ଜନତାଙ୍କ ପ୍ରିୟଭାଜନ ହେବାରେ ବିଫଳ ହୋଇଥିବା ମନେ ହେଉଛି । କାରଣ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ବର୍ତ୍ତମାନ ସୁଦ୍ଧ ୩୭,୩୫୦ ଭୋଟରେ ଆଗୁଆ ହୋଇଛନ୍ତି । ୧୪ଟି ପର୍ଯ୍ୟାୟ ଭୋଟ ଗଣତି ପରେ ବିଶ୍ୱ ସମସ୍ତଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ବିଶ୍ୱଙ୍କୁ ୭୬,୩୬୪ ଭୋଟ ମିଳିଥିବା ବେଳେ ଉମେଶ ଜେନା ୩୯,୦୧୪ ଭୋଟ ହାସଲ କରି ପାରିଛନ୍ତି । ତେବେ କଂଗ୍ରେସକୁ ମାତ୍ର ୩,୪୮୮ ଭୋଟ ଦେଇଛନ୍ତି ଜନତା । ୧୯ଟି ପର୍ଯ୍ୟାୟରୁ ୧୪ଟି ପର୍ଯ୍ୟାୟ ଶେଷ ହେବା ସୁଦ୍ଧା ବିଜେଡି ଏକ ବଡ଼ ମାର୍ଜିନରେ ଆଗେଇ ଚାଲିଛି । ତେଣୁ ବରୀରେ ବିଶ୍ୱ ବା ବିଜେଡିର ବିଜୟ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି । ସେପଟେ ବିଶ୍ୱରଞ୍ଜନଙ୍କ ସମର୍ଥକ ବିଜୟ ସେଲିବ୍ରେସନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରି ସାରିଲେଣି ।

Get real time updates directly on you device, subscribe now.