fbpx

Facebookକୁ ପଛରେ ପକାଇଲା Bitcoin; ବିଶ୍ୱର ୮ ମୂଲ୍ୟବାନ ସମ୍ପତ୍ତିରେ ସାମିଲ

ନୂଆଦିଲ୍ଲୀ: କ୍ରିପଟୋକରେନ୍ସି ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିଚୟ ହାସଲ କରୁଥିବା ବେଳେ ଆଉ ଏକ ଉପଲବ୍ଧି ହାସଲ କରିଛି ବିଟକଏନ୍ । ନିଜର ସର୍ବକାଳୀନ ଶ୍ରେଷ୍ଠ ମୂଲ୍ୟ ଆଡକୁ ଅଗ୍ରସର ହେଉଥିବା ଏହି କମ୍ପାନୀ ପୁଣି ଥରେ ଫେସବୁକକୁ ପଛରେ ପକାଇ ଦେଇଛି । ବିଟକଏନର ମୂଲ୍ୟ ୬୨ ହଜାର ଡଲାର ଛୁଇଁବା ସହିତ ଏହାର ମାର୍କେଟ କ୍ୟାପ ୧.୧୯ ଲକ୍ଷ କୋଟି ଡଲାରରେ ପହଞ୍ôଚଛି । ସମାନ ସମୟରେ ଫେସବୁକର ମାର୍କେଟ କ୍ୟାପ୍ ୯୨୬.୨୭ ମିଲିୟନ ଡଲାର ରହିଛି । କମ୍ପାନୀଜମାର୍କେଟକ୍ୟାପ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ତେବେ ପ୍ରଥମ ଥର ପାଇଁ ବିଟକଏନ ଫେସବୁକକୁ ପଛରେ ପକାଇ ନାହିଁ । ପୂର୍ବରୁ ଜାନୁୟାରୀ ମାସରେ ବିଟକଏନ ଫେସବୁକକୁ ଅତିକ୍ରମ କରିଥିଲା ।
ଶୁକ୍ରବାର ବିଟକଏନର ମୂଲ୍ୟ ୬୦ ହଜାର ଡଲାର ଛୁଇଁଥିଲା । ଏହା ସହିତ କମ୍ପାନୀ ନିଜର ସର୍ବକାଳୀନ ଶ୍ରେଷ୍ଠ ମୂଲ୍ୟ ଛୁଇଁବାର ସମ୍ଭାବନା ସୃଷ୍ଟି ହୋଇଥିଲା । ବିଗତ ଏପ୍ରିଲ ମାସରେ ବିଟକଏନ ଏହାର ସର୍ବକାଳୀନ ଶ୍ରେଷ୍ଠ ମୂଲ୍ୟ ୬୫ ହଜାର ଡଲାର ଛୁଇଁଥିଲା । ବିଟକଏନ ନିଜ ମୂଲ୍ୟରେ ମାତ୍ର ୧୭.୩ ପ୍ରତିଶତର ଅଭିବୃଦ୍ଧି ଘଟିଲେ ଏହା ରୂପାକୁ ପଛରେ ପକାଇ ଦେବ । ସମଗ୍ର ବିଶ୍ୱରେ ରୂପାର ମାର୍କେଟ କ୍ୟାପ ୧.୩୧୩ ଲକ୍ଷ କୋଟି ଟଙ୍କା ରହିଛି । ରୂପା ବ୍ୟତିତ ମାର୍କେଟ କ୍ୟାପରେ ବିଟ କଏନ ଠାରୁ ଆଗୁଆ ରହିଥିବା କମ୍ପାନୀ ଗୁଡିକ ହେଉଛନ୍ତି ଆପଲ, ମାଇକ୍ରୋସଫ୍ଟ, ସାଉଦି ଆରାମକୋ, ଆଲ୍ଫାବେଟ, ଆମାଜନ ଏବଂ ସୁନା ।

Get real time updates directly on you device, subscribe now.