fbpx

ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍; ଶ୍ରୀଲଙ୍କା ସମ୍ମୁଖରେ ନାମିବ୍ୟା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ରବିବାର ଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍ । ମୁଖ୍ୟ ରାଉଣ୍ଡ ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଥିବା ବେଳେ ପୂର୍ବତନ ଚାମ୍ପିୟନ ଦଳ ଶ୍ରୀଲଙ୍କା ନିକଟରେ ରହିଛି ନାମିବ୍ୟା ଚ୍ୟାଲେଞ୍ଜ । ୨୦୧୪ରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଥିବା ଶ୍ରୀଲଙ୍କା ଚଳିତ ବର୍ଷ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଖେଳିବାକୁ ଯାଉଛି । ରବିବାର ପପୁଆ ନ୍ୟୁ ଗିନି ଓ ଓମାନ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳା ଯାଇଥିବା ବେଳେ ସୋମବାର ପଡିଆକୁ ଓହ୍ଲାଇବ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ।

ତେବେ ଶ୍ରୀଲଙ୍କାର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ଦଳ ପାଇଁ ସମସ୍ୟା ସୃଷ୍ଟି କରିବ । ଇଂଲଣ୍ଡରେ ବାୟୋବବଲ ଉଲ୍ଲଂଘନ କାରଣରୁ ନିରୋଶାନ ଡିକୱେଲା, କୁଶାଲ ମେଣ୍ଡିସ ଏବଂ ଧନୁଷ୍କା ଗୁଣଥିଲକା ବାସନ୍ଦ ଥିବାରୁ ଏହା ସାମାନ୍ୟ ଚିନ୍ତାର ବିଷୟ ହୋଇପାରେ । ଚରିଥ୍ ଆସଲଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, କାମିନ୍ଦୁ ମେଣ୍ଡିସ ଓ ଚାମିକା କରୁଣାରତ୍ନେଙ୍କ ପରି ଖେଳାଳିଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବେ ଅଧିନାୟକ ଦାସୁନ ସଣକା । ବାସନ୍ଦ ହୋଇଥିବା ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପରେ ଶ୍ରୀଲଙ୍କା ଦଳ ଅଧିକ ଶକ୍ତିଶାଳୀ ହେବ ।

Get real time updates directly on you device, subscribe now.