fbpx

ବିଧାନ ପରିଷଦ ଗଠନ ଦାବି ଦୋହରାଇଲା ବିଜେଡି

ଭୁବନେଶ୍ୱର, ୨୮ା୧(ଓଡ଼ିଶା ଭାସ୍କର): ଆଜି ନବୀନ ନିବାସରେ ବିଜେଡ଼ି ସଂସଦୀୟ ଦଳ ବୈଠକ ଥିଲା ଯାହା ବର୍ତ୍ତମାନ ଶେଷ ହୋଇଛି । ବୈଠକ ପରେ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ବୈଠକରେ ବିଧାନ ପରିଷଦ ଗଠନ ଦାବି ଦୋହରାଇଛି ବିଜେଡ଼ି । ଏହାସହ ସିଏଏକୁ ସମର୍ଥନ କରିବା ସାଙ୍ଗକୁ ଏନଆରସିକୁ ବିରୋଧ ପ୍ରଦର୍ଶନ କରିଛି ବିଜେଡ଼ି । ଏନସିଆରର ଦୁଇଟି ବିଷୟକୁ ନେଇ ଆପତ୍ତି ରହିଥିବା କହିଛି ବିଜେଡ଼ି । ଜାତି ଭିତ୍ତିକ ଜନଗଣନାରେ ଓବିସିକୁ ସାମିଲ କରାଯାଉ । ଜିଏସଟି କ୍ଷତି ଭରଣା ଦାବି କରିଛି ବିଜେଡ଼ି । ରେଳ ବଜେଟରେ ଓଡ଼ିଶାକୁ ଅଧିକ ଅର୍ଥ ମିଳିବା ଆଶା ରଖିଛି । କ୍ଲିନ ଏନର୍ଜି ସେସ୍ ଦାବି କରିଛି ବିଜେଡ଼ି । ଏହାସହ ସାଂସଦଙ୍କ ପ୍ରଦର୍ଶନ ନେଇ ତାଗିଦ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଂସଦ ଓ ବିଧାୟକଙ୍କ ସମନ୍ୱୟ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସଂସଦରେ ସାଂସଦଙ୍କ ଉପରେ ନଜର ରହିବ । ସଂସଦରେ ଅଂଶଗ୍ରହଣ କରୁଛନ୍ତି ନାହିଁ ତାହା ଉପରେ ନଜର ରଖିବେ ମୁଖ୍ୟମନ୍ତ୍ରୀ । କେତେ ପ୍ରଶ୍ନୋତ୍ତରରେ ଭାଗ ନେଉଛନ୍ତି ତାହା ଟ୍ରାକିଂ ହେବ । ଏହାସହ ସଂସଦରେ ସାଂସସମାନେ ଉପସ୍ଥିତ ରହି ସମସ୍ୟା ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ମାସ ଭିତରେ ପ୍ରଦର୍ଶନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ମଧ୍ୟ ବିଜେଡ଼ି ଉଠାଇବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.