fbpx

ଆଜିଠାରୁ ଆରମ୍ଭ ହେବ ଇ-ପୋଲିସ ଷ୍ଟେସନ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ଚୋରି ହେଲେ ଆଉ ଚିନ୍ତା ନାହିଁ । ଏନେଇ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇ-ପୋଲିସ ଷ୍ଟେସନ । ଇ-ପୋଲିସ ଷ୍ଟେସନର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଇକ୍ ଚୋରି ହେଲେ ଏଣିକି ଆଉ ଥାନାକୁ ଯିବାକୁ ପଡିବନି । ଅନଲାଇନ୍ ମାଧ୍ୟମରେ ଲୋକମାନେ ଅଭିଯୋଗ ରଖିପାରିବେ । ‘ସହାୟ’ ଆପ୍ ମାଧ୍ୟମରେ ଲୋକମାନେ ଅଭିଯୋଗ ରଖିପାରିବେ ।

Get real time updates directly on you device, subscribe now.