fbpx

ବିଜେଡ଼ି @୨୩

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ଆଜି ବିଜେଡ଼ି ପାଳନ କରିଛି ୨୩ତମ ପ୍ରତିଷ୍ଠା ଦିବସ । ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ପାଳନ କରିଛି ବିଜେଡ଼ି ଦଳ । ୧୯୯୭ରେ ପ୍ରତିଷ୍ଠା ହୋଇଥିଲା ବିଜେଡ଼ି । ଏନେଇ ବିଜେଡ଼ି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି । ସେହି କାର୍ଯ୍ୟକ୍ରମରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ ।

ଏହି ପ୍ରତିଷ୍ଠା ଦିବସରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶ୍ରେଷ୍ଠ ଓଡ଼ିଶା ଗଢ଼ିବାର ସଙ୍କଳ୍ପ ନେବ ଦଳ । ପ୍ରତିଷ୍ଠା ଦିବସରେ ସେ ଉଦବୋଧନ ଦେଇ କହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ଆପଣାନ୍ତୁ । ଓଡ଼ିଶାର ସାଢ଼େ ଚାରି କୋଟି ଭାଇ ଓ ଭଉଣୀ ଆମ ପରିବାର । ସାଢ଼େ ୪କୋଟି ଭାଇ ଓ ଭଉଣୀ ଦେଇଥିବା କ୍ଷମତା ଆମ ଦାୟିତ୍ୱ । ବିଜେଡ଼ି ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ଜନ ଆନ୍ଦୋଳନ । ନିର୍ବାଚନ ଜିତିବା ପାଇଁ କାମ କରୁନୁ, ବରଂ ଲୋକଙ୍କ ହୃଦୟ ଜିତିବା ଆମ ଲକ୍ଷ୍ୟ । ବିଜେଡ଼ି ଆଜି ଓଡ଼ିଶା ବିକାଶର ପରିଚୟ ପାଲଟିଛି । ନିରବଚ୍ଛିନ୍ନ ଭାବେ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ନବୀନ କହିଛନ୍ତି । ଏହା ସହ ସେ ଓଡ଼ିଶାବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Get real time updates directly on you device, subscribe now.