fbpx

News across the Earth, news close to your heart, Read Odisha Bhaskar English

ହୋସ୍ ଉଡାଇ ଦେବ ନୋରାଙ୍କ ଏହି ବୋଲ୍ଡ ଡ୍ୟାନ୍ସ

ମୁମ୍ବାଇ,୨୬ ।୧୨: ବଲିଉଡ ଜଗତରେ ଏବେ କେତେକ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ‘ଷ୍ଟିଟ୍ ଡ୍ୟାନ୍ସର ୩ଡି’କୁ ନେଇ ହଇଚଇ ସୃଷ୍ଟି ହୋଇଛି । ସାନଦାର ଟ୍ରେଲର ରିଲିଜ ହେବା ପରେ ଫିଲ୍ମର ଧମାକେଦାର ‘ଗରମ’ ଗୀତ ରିଲିଜ୍ ହୋଇଛି । ବୋଲ୍ଡନେସରେ ଭରା ଏହି ଗୀତ ରିଲିଜ ପୂର୍ବରୁ ହିଁ ଚେତାବନୀ ଦିଆଯାଇଛି । ନୋରା ଫତେହିଙ୍କ ‘ଗରମ’ ଗୀତ ଏବେ ୟୁଟ୍ୟୁବରେ ଛାଇ ଯାଇଛି ।

ଗୀତଟି ଅନେକ ଦର୍ଶକଙ୍କ ହୃଦୟ ଜିତିବା ସହ ମାତ୍ର ୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଦର୍ଶକ ଏହାକୁ ଦେଖିସାରିଲେଣି । ଗୀତରେ ବରୁଣ ଧୱନ ଓ ନୋରାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।

ତେବେ ନୋରା ଫତେହି ଖୁବ୍‌ଶୀଘ୍ର ବରୁଣ ଧୱନ୍ ଓ ଶ୍ରଦ୍ଧା କପୁରଙ୍କ ସହ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’ରେ ନଜର ଆସିବେ।ଏଥିରେ ଭାରତ-ପାକ୍‌ ଭିତରେ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ, କିନ୍ତୁ ଏହି ଲଢ଼େଇ ଡ୍ୟାନ୍ସକୁ ନେଇ। ଟ୍ରେଲର୍‌ରୁ ଜଣାପଡ଼ୁଛି, ବରୁଣ ଭାରତୀୟ ଟିମ୍‌କୁ ପ୍ରତିନିଧିତ୍ୱ କରୁଥିବାବେଳେ ଶ୍ରଦ୍ଧା ପାକିସ୍ତାନ ଡ୍ୟାନ୍ସ ଟିମ୍‌ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି । ଉଭୟଙ୍କ ମଧ୍ୟରେ ଡ୍ୟାନ୍ସର ଯୁଦ୍ଧ ଏବଂ ଜିତିବାର ପ୍ରତିବଦ୍ଧତା ଦେଖିବାକୁ ମିଳିବ। ଫିଲ୍ମରେ ଶ୍ରଦ୍ଧା-ବରୁଣଙ୍କ ବ୍ୟତୀତ ଚର୍ଚ୍ଚିତ ଡ୍ୟାନ୍ସର୍‌ ନୋରା ଫତେହି ଏବଂ ମାଷ୍ଟର ଡ୍ୟାନ୍ସର୍‌ ପ୍ରଭୁଦେବା ମଧ୍ୟ ଡ୍ୟାନ୍ସ ଫ୍ଲୋର୍‌ରେ କମାଲ୍‌ ଦେଖାଇବେ। ତାଙ୍କର ଏହି ଫିଲ୍ମଟି ଜାନୁଆରୀ ୨୪ରେ ରିଲିଜ୍‌ ହେବ। ଏହି ଫିଲ୍ମଟିର ନିର୍ଦ୍ଦେଶନା ରେମୋ ଡିସୁଜା ଦେଇଛନ୍ତି।

Get real time updates directly on you device, subscribe now.