fbpx

ଗିରଫ ହେଲେ ଅନୁପ ସାଏ

ଝାରସୁଗୁଡ଼ା, ୧୩ା୨(ଓଡ଼ିଶା ଭାସ୍କର): ଏକ ହତ୍ୟା ମାମଲାରେ ବିଜେଡ଼ି ନେତା ଅନୁପ ସାଏ ଗିରଫ ହୋଇଛନ୍ତି । ଅନୁପ ସାଏଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ସାଇ ମନ୍ଦିରରୁ ସେ ଗିରଫ ହୋଇଛନ୍ତି । ୨୦୧୬ରେ ମାଆ ଓ ଝିଅଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଥିବା ସୂଚନା ମିଳିଛି । ଏନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି । ରାୟଗଡ଼ ଚକ୍ରଧରନଗର ଥାନାରେ ବିଜେଡ଼ି ନେତା ଅନୁପ ସାଏଙ୍କୁ ସେହି ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । ରାଜ୍ୟ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ଅଛନ୍ତି ଅନୁପ କୁମାର ସାଏ । ବ୍ରଜରାଜନଗରରୁ ୩ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ଅନୁପ ।

Get real time updates directly on you device, subscribe now.