fbpx

୫ ଜଣ ନେତାଙ୍କୁ ନିଯୁକ୍ତି ଦେଲା ବିଜେଡି: ଜଣେ ସାଧାରଣ ସମ୍ପାଦକ ଓ ୪ ଜଣ ସମ୍ପାଦକଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏନେଇ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ସେପ୍ଟେମ୍ବର ମାସରେ ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାରେ ଗସ୍ତରେ ଆସି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହିତ ପ୍ରାଥମିକ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଥିସହିତ ସମସ୍ତ ଇଭିଏମ୍ ଯାଞ୍ଚ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ ।

ତେବେ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ଏହା ମଧ୍ୟରେ ବିଜେଡି ମଧ୍ୟ ତା’ର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛି । ତେବେ ନିକଟରେ ବିଜେଡି ଅନେକ ନୂଆ ନେତାଙ୍କୁ ଦଳରେ ଦାୟିତ୍ୱ ଦେଇଥିବା ବେଳେ ପୁଣି କିଛି ନେତାଙ୍କୁ ନିଯୁକ୍ତି ଦେଇଛି ।

୫ ଜଣ ନୂଆ ପଦାଧିକାରୀଙ୍କୁ ଦଳର ସଂଗଠନରେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆର୍ତ୍ତ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ସାଧାରଣ ସମ୍ପାଦକ, ଚିରଞ୍ଜୟ ସାହୁ, ବିଜୟ କୁମାର ବେହେରା, ସୋମିତ ମିତ୍ର, ଜନସନ ମହାପାତ୍ରଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ପୂର୍ବରୁ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ନୂଆ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଥିଲା ।

Get real time updates directly on you device, subscribe now.