fbpx

ଗୁରୁବାର ଦିନ ଚାଉଳ ଖାଉଥିଲେ ସାବଧାନ: ମିଳିବନି ଭଗବାନ ବିଷ୍ଣୁଙ୍କର ଆଶିର୍ବାଦ

ସାଧାରଣ ଭାବେ ଦୈନନ୍ଦିନ ଜୀବନରେ ଖାଇବା, ପିଇବାର ନୀତି, ନିୟମକୁ ନେଇ ଅନେକ ଲୋକ ସଚେତନ ରହୁଥିବା ଅନେକ ଏନେଇ ଖାମଖିଆଲି ହୋଇଥାନ୍ତି । କେଉଁ ଦିନରେ କେଉଁ ଖାଦ୍ୟ ଖାଇବା ଉଚିତ ବା ଅନୁଚିତ ସେନେଇ ଶାସ୍ତ୍ରରେ ଅନେକ ନିୟମ ରହିଛି । ଏପରି ନିୟମକୁ ନ ମାନିଲେ ଆମର ଜୀବନରେ ଅନେକ ଖବର ସମୟ ଆସିବାର ସମ୍ଭାବନା ରହିଥାଏ ।

ତେବେ ଅନେକ ଲୋକ ଗୁରୁବାର ଦିନ ଚାଉଳ ସେବନ କରିଥାନ୍ତି । ଯଦି ଆପଣମାନେ ଏପରି ଅଭ୍ୟାସକୁ ଆପଣାଥାନ୍ତି ତେବେ ଆଜିଠାରୁ ସାବଧାନ ହୋଇଯାଆନ୍ତି । ଗୁରୁବାର ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ଓ ସମର୍ପଣ ପାଇଁ ଉପବାସ ରଖାଯାଇଥାଏ । ଗୁରୁବାର ଦିନ ଉପବାସ କରିବା ପାଇଁ ଅନେକ ବିଶେଷ ନିୟମ ରହିଛି । ଯଦି ଆପଣମାନେ ଏହି ବ୍ରତ ପାଳନ ନେଇ ଧ୍ୟାନ ଦେବେ ନାହିଁ ତେବେ ଏହାର ସମ୍ପୂର୍ଣ୍ଣ ଫଳ ଆପଣଙ୍କୁ ପ୍ରାପ୍ତ ହେବ ନାହିଁ ।

ହିନ୍ଦୁ ଧର୍ମରେ ଗୁରୁବାର ଦିନକୁ ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ । ଏହି ଦିନ ସବୁ ବିଧି ବିଧାନକୁ ମାନି ବିଶେଷ ଭାବେ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଇଥାଏ । ଏହି ଦିନ ଭକ୍ତମାନ ବିଷ୍ଣୁଙ୍କର ପୂଜା ଶ୍ରଦ୍ଧାର ସହିତ କଲେ ଭଗବାନ ପ୍ରସନ୍ନ ହୋଇ ଭକ୍ତ ଉପରେ କୃପା ବର୍ଷା କରିଥାନ୍ତି । ଏହାଫଳରେ ଭକ୍ତର ମନସ୍କାମନା ପୂରଣ ହେବା ସହିତ ସମସ୍ତ କଷ୍ଟ ଦୂର ହୋଇଥାଏ । ଏହି ପୂଜା ଓ ଉପବାସ କରିବା ଫଳରେ ଜଣଙ୍କର କାର୍ଯ୍ୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ବାଧା, ବିବାହ ବିଳମ୍ବ ଆଦି ସମସ୍ୟା, କୁଣ୍ଡଳୀ ଦୋଷ, ଖରାପ ପ୍ରଭାବ ଆଦି ସମସ୍ୟ।। ସମାପ୍ତ ହୋଇଯାଇଥାଏ । ବିଷ୍ଣୁଙ୍କର ବିଶେଷ କୃପା ବଳରେ ଘର ଓ ପରିବାରରେ ସୁଖ ସମୃଦ୍ଧି ବଢ଼ିବା ସହିତ ଜୀବନରେ ସଫଳତା ମିଳିଥାଏ ।

Get real time updates directly on you device, subscribe now.