fbpx

ପିପିଲି ପ୍ରଚାର ରାଲିରେ ବିଜେଡି-ବିଜେପି ମୁହାଁମୁହିଁ

ପିପିଲି,୨ ।୪(ଓଡିଶା ଭାସ୍କର): ପିପିଲି ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ନାମାଙ୍କନ ସରିବା ପରେ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି ନେତା ଓ ମନ୍ତ୍ରୀ । ଏହାରି ମଧ୍ୟରେ ଆଜି ପ୍ରଚାର ରାଲିରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ରାୟଗୁରୁପୁରରେ ବିଜେପି ରାଲିରେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେପି କର୍ମୀଙ୍କ ଗାଡି ଭାଙ୍ଗିବା ସହ ଜଣେ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ପ୍ରତିବାଦରେ ଡେଲାଙ୍ଗ-ରାୟଗୁରୁପୁର ରାସ୍ତାରେ ବିଜେପି କର୍ମୀମାନେ ଧାରଣା କରି ବସିଛନ୍ତି ।

ତେବେ ବିଜେଡିରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପ୍ରାର୍ଥୀ ହୋଇଛନ୍ତି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତା ମାସ ୩ ଓ ୪ ତାରିଖ ଦିନ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ପିପିଲି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ମୋଟ ୨୯ସେଟ ନାମାଙ୍କନପତ୍ର ଦାଖଲ ହୋଇଛି । ଆସନ୍ତା ୧୭ରେ ପିପିଲି ଉପ ନିର୍ବାଚନ ହେବ। ପ୍ରଚାର ମଇଦାନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ଦଳ ନିଜ ନିଜର ରଣନୀତି ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.