ସଚିନ୍ ତେନ୍ଦୁଲକରଙ୍କୁ ମେଡିକାଲରେ ଭର୍ତ୍ତି

News across the Earth, news close to your heart, Read Odisha Bhaskar English

ମୁମ୍ବାଇ, ୨ ।୪: କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ କରୋନା ସଂକ୍ରମିତ ହୋଇଥିବା ସଚିନ ନିଜେ ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କହିଛନ୍ତି। ତେନ୍ଦୁଲକର କରୋନା ପଜିଟିଭ୍ ହୋଇଥିବା ୨୭ ମାର୍ଚ୍ଚରେ ଜଣାପଡିଥିଲା । କରୋନା ପଜିଟିଭ ହେବା ପରେ ସଚିନ୍ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ । ଏବେ ଡାକ୍ତରଙ୍କ ପରାମର୍ଶ କ୍ରମରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

“ଆପଣଙ୍କର ଇଚ୍ଛା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ। ଡାକ୍ତରୀ ପରାମର୍ଶ ଅନୁଯାୟୀ ବହୁ ସତର୍କତା ଅବଲମ୍ବନ କରି ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୁଁ ଆଶା କରୁଛି କିଛି ଦିନ ପରେ ମୁଁ ଘରକୁ ଫେରିବି। ଯତ୍ନ ନିଅନ୍ତୁ ଏବଂ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ। ସମସ୍ତ ଭାରତୀୟ ଏବଂ ମୋର ସାଥୀଗଣଙ୍କୁ ଶୁଭେଚ୍ଛା ଆମର ବିଶ୍ୱକପ୍ ବିଜୟର ଦଶମ ବାର୍ଷିକୀ, ”ତେନ୍ଦୁଲକର ଆଜି ଟ୍ୱିଟ୍ କରିଛନ୍ତି।

Get real time updates directly on you device, subscribe now.