fbpx

ଓଡିଶାର ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) :ଓଡିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ । ୭ଟି ପ୍ରକଳ୍ପକୁ ମଞ୍ଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜାତୀୟ ରାଜପଥ ୩୨୬ର ମାଲକାନଗିରିରୁ ମୋଟୁ ମଧ୍ୟରେ ୫ଟି ନୂଆ ସେତୁ ନିର୍ମାଣକୁ ମଞ୍ଜୁରୀ ମିଳିଛି ।

ସେହିପରି ବୁଡାପୋଲ ଜାଗାରେ ହାଇଲେଭଲ ସେତୁକୁ ମଞ୍ଜୁରୀ ଦିଆଯାଇଛି, ଯେଉଁଥିପାଇଁ ୧୫୪ କୋଟି ଟଙ୍କା ଖର୍ଚ୍ଚ ହେବ । ପୁରୀ-କୋଣାର୍କ ରାସ୍ତାର ମାଟିପଡାଠାରେ ରେଳ ଓଭରବ୍ରିଜ ତିଆରି ହେବ ।

ମାଟିଆପଡା ରେଳ ଓଭରବ୍ରିଜ ପ୍ରକଳ୍ପରେ ୧୩୬.୬୧ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଜାତୀୟ ରାଜପଥ ୫୯ରେ ବ୍ରହ୍ମପୁର ସହରରେ ୪ ଲେନ ବିଶିଷ୍ଟ ବାଇପାସ ରୋଡ ନିର୍ମାଣ ହେବ । ଏହି ବ୍ରହ୍ମପୁର ସହରରେ ୪ ଲେନ ବିଶିଷ୍ଟ ବାଇପାସ ରୋଡ ପ୍ରକଳ୍ପ ପାଇଁ ୧୯୬ କୋଟି ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.