ଆଜି ପୁରୀ ବନ୍ଦ, ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡିର 6 ଘଣ୍ଟିଆ ପୁରୀ ବନ୍ଦ ଡାକରା

ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ପୁରୀ ବନ୍ଦ । ସକାଳ 6ଟାରୁ ଦିନ 12ଟା ଯାଏଁ ବନ୍ଦ ପାଳନ କରାଯିବ ।

ପୁରୀ: ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ପୁରୀ ବନ୍ଦ । ସକାଳ 6ଟାରୁ ଦିନ 12ଟା ଯାଏଁ ବନ୍ଦ ପାଳନ କରାଯିବ । 6 ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜୁ ଜନତା ଦଳ । ପିପିଲି ଟୋଲଗେଟ୍ ସାମ୍ନାରେ ରାସ୍ତା ବନ୍ଦ କଲା ଦଳ । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି ।

ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଘଟଣାର ସତ୍ୟ ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ । ଏହା ସହ ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ଅଭିଯୋଗ କରିଛି ବିଜେଡ଼ି। ତୁରନ୍ତ ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ।