ଆସନ୍ତାକାଲି ବାଲେଶ୍ୱର ବନ୍ଦ, ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ବାଲେଶ୍ୱର ବନ୍ଦ ଡାକରା ଦେଲା ବିଜେଡି

ଆସନ୍ତାକାଲି ବାଲେଶ୍ୱରରେ ଚକ ଅଖ ବନ୍ଦ।

ବାଲେଶ୍ୱର: କାଲି ବାଲେଶ୍ୱର ବନ୍ଦ। ଆସନ୍ତା କାଲି ବାଲେଶ୍ୱରରେ ଅଖ ଚକ ବନ୍ଦ କରିବ ବିଜୁ ଜନତା ଦଳ। ୮ ଘଣ୍ଟା ପାଇଁ ବାଲେଶ୍ୱର ବନ୍ଦ ଡାକରା ଦେଲା ବିଜେଡି।

ସକାଳ ୬ଟାରୁ ଦିନ ୨ଟା ଯାଏଁ ବନ୍ଦ ପାଳନ କରାଯିବ। ହେଲେ ବନ୍ଦ ପାଳନ ବେଳେ ଜରୁରୀ ସେବା ଯେପରି ଔଷଧ ଦୋକାନ ଖୋଲା ରହିବ। ଆମ୍ୱୁଲାନ୍ସକୁ ବାଟ ଛଡ଼ାଯିବ।

ବାଲେଶ୍ୱର FM କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ମାମଲାକୁ ନେଇ ବନ୍ଦ ଡାକରା ଦେଇଛି ବିଜେଡି। ଯେଉଁଭଳି ଭାବରେ ଛାତ୍ରୀ ଜଣକ ସମସ୍ତଙ୍କ ପାଖରେ ନ୍ୟାୟ ଭିକ୍ଷା କରି କରି ଶେଷରେ ନ୍ୟାୟ ନପାଇ ଚରମ ନିଷ୍ପତ୍ତି ନେଲା।

ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଆତ୍ମାହୁତି ଦେଲା। ଯଦିଓ ସୌମ୍ୟାଶ୍ରୀ ଏବେ ଆମ ଗହଣରେ ନାହିଁ, କିନ୍ତୁ ତା ପ୍ରତି ହୋଇଥିବା ଅନ୍ୟାୟ ଭଳି ଯେପରି ଆଉ କୌଣସି ଝିଅ ଅନ୍ୟାୟର ଶିକାର ନ ହୁଅନ୍ତି, ଏବଂ ସୌମ୍ୟାଶ୍ରୀକୁ ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା କାଲି ବାଲେଶ୍ୱର ବନ୍ଦ ଡାକରା ଦେଇଛି ବିଜୁ ଜନତା ଦଳ।