fbpx

୫୦ ଲକ୍ଷ ଟଙ୍କା ଜବତ ଘଟଣା: ସିଇଓଙ୍କୁ ଭେଟିଲା ଶାସକ ଦଳ

ପୁରୀ, ୫ା୪ (ଓଡିଶା ଭାସ୍କର) : ପିପିଲି ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ରହିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ୫୦ ଲକ୍ଷ ଟଙ୍କା ଜବତ ହେବା ଘଟଣା । ଏହି ଘଟଣା ପଦାକୁ ଆସିବା ପରେ ବିଜେଡି ସିଇଓଙ୍କୁ ଭେଟିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି । ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛନ୍ତି । କାରଣ ଟଙ୍କା ନେଇ ଯାଉଥିବା ଦୁଇ ଯୁବକ ବିଜେପିର ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହାପରେ ବିଜେଡି ସିଇଓଙ୍କ ଦ୍ୱାରସ୍ଥ ହୋଇଛି । ଏଥିସହ ବିଜେଡି କହିଛି ଯେ ପିପିଲିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉ ଏବଂ ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ବିଜେଡି ଆଜି ବିଜେପି ଉପରେ ଦୋଷାରୋପ କରି କହିଛି ଯେ, ଖାଲି ଏବେ ନୁହେଁ ପୁର୍ବରୁ ଅନେକ ନିର୍ବାଚନରେ ବିଜେପିର ଏପରି ଆଚରଣ ଦେଖିବାକୁ ମିଳିଛି । ଆଜି ଏହାର ଅଭିଯୋଗ ନେଇ ବିଜେଡିର ୪ ଜଣିଆ ପ୍ରତିନିଧି; ଲେନିନ୍ ମହାନ୍ତି, ଶ୍ରୀମୟୀ ମିଶ୍ର, ସସ୍ମିତ୍ ପାତ୍ର ଏବଂ ସୁଲତା ଦେଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ତେଣୁ ପିପିଲିରେ ପୋଲିସ୍ ପାଟ୍ରୋଲିଂ ଆହୁରି ବଢ଼ାଯାଉ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି । ବିଜେଡି ଆହୁରି ମଧ୍ୟ କହିଛି ଯେ, ସେମାନେ ଉପନିର୍ବାଚନରେ ଟଙ୍କା କାରବାରକୁ ଘୋର ନିନ୍ଦା କରନ୍ତି ।

ସୁଚନାଯୋଗ୍ୟ, ଆଜି ପୁରୀ ପିପିଲି ତରାକାଳ ଛକରୁ ୫୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ୍ । ବାଇକ୍ ରେ ୨ ଜଣ ଯୁବକ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ୍ ସେମାନଙ୍କୁ କାବୁ କରିଥିଲା । ସେମାନେ ଟଙ୍କା ନେଇ ଯାଉଥିବା ପଲସର୍ ବାଇକ୍ କୁ ମଧ୍ୟ ପୋଲିସ୍ ଜବତ କରିଥିଲା । ଉକ୍ତ ଦୁଇ ଯୁବକ ବଳଙ୍ଗା ଅଞ୍ଚଳର ହୋଇଥିବା ବେଳେ ପୋଲିସ୍ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥଲା ।

Get real time updates directly on you device, subscribe now.