fbpx

୫ଟି ପର୍ଯ୍ୟାୟରେ ହେବ ବିଜେଡ଼ିର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର, ୨୦ା୧୨(ଓଡ଼ିଶା ଭାସ୍କର): ସାଙ୍ଗଠନିକ ନିର୍ବାଚନ ନେଇ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ୫ଟି ପର୍ଯ୍ୟାୟରେ ବିଜେଡ଼ିର ସାଙ୍ଗଠନିକ ନିର୍ବାଚନ ହେବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୨୭ରୁ ଜାନୁଆରୀ ୧୩ଯାଏ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପଞ୍ଚାୟତ ଓ ୱାର୍ଡ଼ ସ୍ତରରେ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୧୪ ଜାନୁଆରିରୁ ୨୯ ତାରିଖ ଯାଏ ହେବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବ୍ଲକ ସ୍ତରରେ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ୩୦ ଜାନୁଆରିରୁ ୧୫ ଫେବ୍ରୁଆରି ଯାଏ ହେବ । ସେଥିରେ ଜିଲ୍ଲା ସଭାପତିଙ୍କ ସହ ୫୦ଜଣ ସଭ୍ୟ ନିର୍ବାଚିତ ହେବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୧୬ ଫେବ୍ରୁଆରିରୁ ୧୮ ଫେବ୍ରୁଆରି ଯାଏ ହେବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ହେବ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୩ରୁ ୨୬ ଯାଏଁ ହେବ । ସେହି ନିର୍ବାଚନରେ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ସଭାପତି ଚୟନ ହେବେ ।

Get real time updates directly on you device, subscribe now.