fbpx
BJD
BJD SKY
BJD SKY

ଦୈତାରୀ ପଣ୍ଡାଙ୍କ ସମେତ ୨୯ ଯାତ୍ରା କଳାକାରଙ୍କ ବିଜେଡି ଏଣ୍ଟ୍ରି

ଓଡିଶା ଭାସ୍କର: ବଲିଉଡ ଓ ଓଲିଉଡ଼ରୁ ବହୁ ଅଭିନେତା ଓ ଅଭିନେତ୍ରୀ ରାଜନୀତିରେ ଯୋଗ ଦେଉଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି ଯାତ୍ରା କଳାକାର। ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ ଯାତ୍ରା କଳାକାର। ଏଥିରେ ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ରମେଶ ନାୟକ, ଚୈତନ୍ୟ ପାଇକ, ସୁବାସ ବେହେରା ଓ ଶିବରାମ ପ୍ରଧାନଙ୍କ ପରି ବିଶିଷ୍ଟ କଳାକାର ରହିଛନ୍ତି। ଏମାନଙ୍କ ସହ ୩ଶହରୁ ଅଧିକ କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

କିଛି ଦିନ ତଳେ ବିଜେଡିରେ ଯୋଗ ଦେବାକୁ ଏହି କଳାକାରମାନେ ଆବେଦନ କରିଥିଲେ। ତେବେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବା ପରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତା ବିଧାୟକ ଦେବୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକ ସମସ୍ତଙ୍କୁ ଦଳରେ ସାମିଲ କରିଛନ୍ତି।

 

Get real time updates directly on you device, subscribe now.