fbpx

କରୋନାରେ କାହିଁକି ବାଜିଥିଲା ଥାଳି? ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଦେଲେ ଉତ୍ତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ପିଲାମାନଙ୍କ ସହ ପରୀକ୍ଷା ପେ’ ଚର୍ଚ୍ଚା’ରେ ଆଲୋଚନା କରିଛନ୍ତି । ପରୀକ୍ଷା ଦେବାକୁ ନେଇ ଥିବା ବିଭିନ୍ନ ଚିନ୍ତାରୁ ଦୂରେଇ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶର ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ଅଧ୍ୟାପକମାନଙ୍କ ସହ ଏନେଇ ଆଲୋଚନା କରାଯାଇଛି । ବିଭିନ୍ନ ପ୍ରକାରର ଉଦାହରଣ ଦେଇ ମୋଦୀ ପିଲାଙ୍କୁ ପ୍ରେରଣା ଦେଇଥିଲେ । ପରୀକ୍ଷା ସମୟରେ ଯେ କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଯୋଗାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହାମଧ୍ୟରେ କରୋନା ମୁୂଂର୍ତ୍ତକୁ ମଧ୍ୟ ମନେ ପକାଇଛନ୍ତି ନରେନ୍ଦ୍ର ମୋଦୀ ।

କରୋନା ମହାମାରୀ ସମୟରେ ସାରା ଦେଶବାସୀଙ୍କୁ ଥାଳି ବଜାଇବା ପାଇଁ କୁହାଯାଇଥିଲା । ତେବେ ଏହାର କାରଣ ସେ ସମୟରେ କୌଣସି ବ୍ୟକ୍ତି ଠିକ ଭାବରେ ବୁଝି ପାରି ନଥିଲେ । କିନ୍ତୁ ଏହାର ପ୍ରକୃତ କାରଣ ପିଏମ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଥାଳି ବଜାଇବା ଦ୍ୱାରା କରୋନା ମହାମାରୀ ଦେଶ ଛାଡ଼ି ଚାଲିଯିବ ନାହିଁ । ବରଂ ଥାଳି ବଜାଇବାର ମୁଖ୍ୟ କାରଣ ଥିଲା ସାମୂହିକ ଶକ୍ତି । ସମସ୍ତେ ପରସ୍ପର ମଧ୍ୟରେ ଏକ ସାମୂହିକ ଶକ୍ତି ସଞ୍ଚାର କରିବା ପାଇଁ ଥାଳି ବଜାଇବାକୁ କହିଥିଲେ ମୋଦୀ । ସେ କହିଥିଲେ ଯେ, ପ୍ରଥମେ ଏହି କତାକୁ କେହି ବୁଝି ନଥିଲେ,କିନ୍ତୁ ଏଥିପାଇଁ ଯଦି ହୁଏ, ମୁଁ ଢୋଲ ପିଟିବି । ଯାହା ପାଖରେ ଯେତେ ସମ୍ବଳ ରହିଛି ଏହାକୁ ଉଚିତ୍ ସ୍ଥାନରେ ବ୍ୟବହାର କରିବା ଉଚିତ୍ । ତେବେ ଏକ ସୁନ୍ଦର ସରକାର ଚଳାଇବା ପାଇଁ ହେଲେ ଏଭଳି ସମସ୍ୟାର ସମାଧାନ ପାଇଁ ମଧ୍ୟ ଆପଣଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ ।

ଏହାପରେ ପିଲାମାନଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ, ଯେତେ ବଡ଼ ସମସ୍ୟା ଆସିଲେ ବି ବ୍ୟସ୍ତ କିମ୍ବା ଚିନ୍ତାରେ ପଡ଼ିବା ଉଚିତ ନୁହେଁ । ସେ କହିଛନ୍ତି ଯେ, ଦୀପ ଜାଳିବା କିମ୍ବା ଥାଳି ବଜାଇବା ଦ୍ୱାରା କରୋନା ଉପରେ ଏହାର କିଛି ପ୍ରଭାବ ପକାଇବ ନାହିଁ ବୋଲି ମୁଁ ମଧ୍ୟ ଜାଣିଛି । କିନ୍ତୁ ସାରା ଦେଶ ଏହାକୁ ଏକାସାଙ୍ଗରେ କଲେ, ଏହାଦ୍ୱାରା ଲୋକମାନଙ୍କୁ ଏକତା ବା ଏକଜୁଟର ଅନୁଭବ ହୋଇଥାଏ । ସମସ୍ତେ ଅନୁଭବ ହୁଏ, କରୋନା ବିପକ୍ଷରେ କେହି ଏକା ଯୁଦ୍ଧ କରୁନାହାନ୍ତି, ଅନ୍ୟମାନେ ମଧ୍ୟ ତାଙ୍କ ସହିତ ରହିଛନ୍ତି । ତେବେ ଥାଳି ବଜାଇବାକୁ କହିବାର ମୁଖ୍ୟ କାରଣ ଥିଲା ଲୋକମାନଙ୍କ ମଧ୍ୟରେ ଏକତା ଜାଗ୍ରତ କରାଇବା… ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.