fbpx
BJD
BJD SKY
BJD SKY

ହନୁମାନ ପତାକାକୁ ନେଇ ଉତ୍ତେଜନା ମାମଲାରେ ଏପରି କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ; କାହିଁକି ଲୋକଙ୍କୁ ଉତ୍ତେଜିତ କରୁଛନ୍ତି BJP-JDS?

ନୂଆଦିଲ୍ଲୀ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ଖୁଣ୍ଟରେ ଲାଗିଥିବା ହନୁମାନ ପତାକାକୁ ପ୍ରଶାସନ ହଟାଇବା ପରେ ବିବାଦ ବଢିବାରେ ଲାଗିଛି । ନିକଟସ୍ଥ ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ମାଣ୍ଡ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସିଏମ ସିଦ୍ଧରମୈୟା ପ୍ରଶ୍ନ ଉଠାଇଛନ୍ତି ଯେ ବିଜେପି ଏବଂ ଜେଡିଏସ କାହିଁକି ଲୋକଙ୍କୁ ଉତ୍ତେଜିତ କରୁଛନ୍ତି? ମୋର କଥା ହେଉଛି ସେମାନେ (ବିଜେପି ଓ ଜନତା ଦଳ-ସେକ୍ୟୁଲାର) ଲୋକଙ୍କୁ କାହିଁକି ଉତ୍ତେଜିତ କରୁଛନ୍ତି ? କଣ ପାଇଁ ? ମୋତେ କୁହନ୍ତୁ ସେମାନେ ଏସବୁ କାହିଁକି କରୁଛନ୍ତି ?”

ରବିବାର ଦିନ ପ୍ରଶାସନ ମାଣ୍ଡ୍ୟା ଜିଲ୍ଲାର କେରାଗୋଡୁ ଗ୍ରାମରେ ଏକ ୧୦୮ ଫୁଟ ଉଚ୍ଚ ଖୁଣ୍ଟରେ ଲାଗିଥିବା ହନୁମାନ ପତାକାକୁ ହଟାଇ ଏହା ବଦଳରେ ତ୍ରିରଙ୍ଗା ପତାକା ଲଗାଇଥିଲା । ହନୁମାନ ପତାକା ହଟାଯାଉଥିବା ବେଳେ ବିଜେପି ଓ ବଜରଙ୍ଗ ଦଳ ସମର୍ଥକଙ୍କ ସହ କିଛି ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ସ୍ଲୋଗାନ ଦେଇଥିଲେ । ଏହି ଘଟଣା ପରେ ମାଣ୍ଡ୍ୟାର କିଛି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି, ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବଳ ମୁତୟନ କରାଯାଇଛି । ଏହା ପୂର୍ବରୁ ସିଦ୍ଧରମୈୟା କହିଥିଲେ, ହନୁମାନ ପତାକା ପରିବର୍ତ୍ତେ ଏତେ ଉଚ୍ଚ ଖୁଣ୍ଟରେ ଜାତୀୟ ପତାକା ଉତ୍ତୋଳନ କରାଯିବା ଉଚିତ୍ ଥିଲା। ଜାତୀୟ ପତାକା ପରିବର୍ତ୍ତେ ଏହି ପତାକା ଉତ୍ତୋଳନ କରିବା ଠିକ୍ ନୁହେଁ ।

Get real time updates directly on you device, subscribe now.