fbpx

AIIMS ଭୁବନେଶ୍ୱର ପକ୍ଷରୁ ନିଯୁକ୍ତି: ଫେବୃଆରୀ ୭ ତାରିଖ ପୂର୍ବରୁ ଆବେଦନ କରନ୍ତୁ

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଫେବୃଆରୀ ମାସ ୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡ଼ିବ । ଫେବୃଆରୀ ୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଜେନେରାଲ ଓ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୫୦୦ ଟଙ୍କା ରହିଛି । ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କର ପାଇଁ ଆବେଦନ ଫିସ୍ ୧୨୦୦ ଟଙ୍କା ରହିଛି । ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ୟୁପିଆଇ, ନିଟ, ଆରଟିଜିଏସ କିମ୍ବା ଆଇଏମପିଏସ୍ ଜରିଆରେ ଗ୍ରହଣ କରାଯିବ ।

ମୋଟ ୫୩ଟି ଟ୍ୟୁଟର / ଡେମନଷ୍ଟ୍ରେଟର ପଦ ଖାଲି ରହିଛି । ପ୍ରାର୍ଥୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ । ଆସନ୍ତା ମାସ ୯ ତାରିଖରେ ସାକ୍ଷାତକାର ଆୟୋଜନ କରାଯିବ । ପ୍ରାର୍ଥୀଙ୍କୁ ସକାଳ ୮.୩୦ରୁ ୯.୩୦ ମଧ୍ୟରେ ରିପୋର୍ଟ କରିବାକୁ ପ ଡ଼ିବ । ୯ଟାରୁ ୧୧ଟା ମଧ୍ୟରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ୧୧.୩୦ ପରେ ସାକ୍ଷାତକାର ଆରମ୍ଭ କରାଯିବ । ଏହି ନିଯୁକ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆଶାୟୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆବେଦନ ଲିଙ୍କ: https://docs.google.com/forms/d/e/1FAIpQLSf7_7j4ihFB8kZj3JWaRabwDjApA-tbUb9vkc32IIxzP0z58w/viewform?pli=1&pli=1

ନୋଟିଫିକେସନ ଲିଙ୍କ: https://aiimsbhubaneswar.nic.in/admin/Document/Notices/Tutors%20Demonst3c24598f-bc4d-4eee-81c6-353b0e8b99a9.pdf

Get real time updates directly on you device, subscribe now.