fbpx
BJD
BJD SKY
BJD SKY

ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ: ଗଣତନ୍ତ୍ର ଦିବସ ପରେଡରେ ପାଇଲା ପ୍ରଥମ ସ୍ଥାନ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପରେଡରେ ବାଜି ମାରିଛି ଓଡ଼ିଶା ପ୍ରଜ୍ଞାପନ ମେଢ । ଦିଲ୍ଲୀର ଗଣତନ୍ତ୍ର ଦିବସ ସମାରୋହରେ ଓଡ଼ିଶା ପ୍ରଜ୍ଞାପନ ମେଢ ସାମିଲ ହୋଇ ରାଜ୍ୟର ପରମ୍ପରା ଓ ସଂସ୍କୃତିକୁ ଦର୍ଶାଇଥିଲା । ଓଡ଼ିଶାର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ଏହି ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ତେବେ ଓଡ଼ିଶାର ଏହି ପରମ୍ପରା ଏବଂ ସଂସ୍କୃତି ପରେଡରେ ସାମିଲ ହୋଇଥିବା ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇଛି । ତେଣୁ ବିଚାରକ ମଣ୍ଡଳୀ ଦ୍ୱାରା ଦିଲ୍ଲୀର ଗଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ହାସଲ କରିଛି । ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଥିଲା ଓଡ଼ିଶା ପ୍ରଜ୍ଞାପନ ମେଢ । ଏଥିରେ ଓଡ଼ିଶାର ଲୋକନୃତ୍ୟ, ହସ୍ତଶିଳ୍ପ, କୁଟୀର ଶିଳ୍ପ ସହିତ ବିଭିନ୍ନ କଳା କାରିଗରୀ ଦେଖିବାକୁ ମିଳିଥିଲା । ତେବେ ଗଣତନ୍ତ୍ର ଦିବସ ପରେଡର ବିଚାରକ ମଣ୍ଡଳୀଙ୍କୁ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବରେ ବିବେଚିତ କରାଯାଇଛି । ପ୍ରଜ୍ଞାପନ ମେଢରେ ରଘୁରାଜପୁରର ପଟ୍ଟଚିତ୍ର ସାମିଲ କରାଯାଇଥିଲା । ଏହାସହିତ ପରେଡରେ ରାଜ୍ୟରେ ମହିଳା ସଶକ୍ତିକରଣର ବାର୍ତ୍ତ ଦେଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ୩ ବର୍ଷ ଏହି ସୁଯୋଗରୁ ବଞ୍ଚିତ ହୋଇଥିବା ବେଳେ ଏଥର ଓଡ଼ିଶାକୁ ପରେଡରେ ସାମିଲ ହେବାକୁ ସୁଯୋଗ ମିଳିଥିଲା । ଯେଉଁଥିରେ ସମସ୍ତ ପ୍ରଜ୍ଞାପନ ମେଢକୁ ପଛରେ ପକାଇ ବାଜି ମାରିଛି ଓଡ଼ିଶା ।

Get real time updates directly on you device, subscribe now.