fbpx

ଗ୍ୟାସ୍ ଦର ବୃଦ୍ଧି ପ୍ରସଙ୍ଗ: ୩୦ ଯାଏଁ ସମୟ ଦେଲା ବିଜେଡି

ଭୁବନେଶ୍ୱର: ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ରକୁ ୩୦ ଯାଏଁ ସମୟ ଦେଲା ବିଜେଡି । ୩୦ ତାରିଖ ମଧ୍ୟରେ ଗ୍ୟାସ୍ ଦର ହ୍ରାସ ନକଲେ ଆନ୍ଦୋଳନ ଜୋରଦାର କରିବାକୁ ବିଜେଡିର ଚେତାବନୀ । ଏନେଇ ପ୍ରେସମିଟରେ ବିଧାୟକ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀଙ୍କ ସୂଚନା । ଦଳ ପକ୍ଷରୁ କୁହାଯାଇଛି ଯେ ନଭେମ୍ବର ୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା, ଏହା ସତ୍ତେ୍ୱ ଦର କମିନାହିଁ, ୩୦ ଭିତରେ ଦର ନ କମିଲେ ଆନ୍ଦୋଳନ ଜୋରଦାର ହେବ ବୋଲି କୁହାଯାଇଛି ।

ଦଳ ଅଭିଯୋଗ କରିଛି ଯେ କୌଣସି ଦେଶରେ ଗ୍ୟାସ୍ ଦର ଏଭଳି ବଢ଼ିନି । ବିଜେପି ସରକାର କ୍ଷମତାକୁ ଆସିବାବେଳେ ଗ୍ୟାସ ଦର ୪୧୪ ଟଙ୍କା ଥିଲା । ଗତ ୭ ବର୍ଷରେ ଏହା ବଢ଼ି ୯୩୦ ଟଙ୍କା ଛୁଇଁଲାଣି । କରୋନା ସଙ୍କଟ ବେଳେ ମଧ୍ୟ ପ୍ରତି ମାସରେ ଗ୍ୟାସ ଦର ବଢ଼ାଯାଇଛି । ଗ୍ୟାସ ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଛି । କିନ୍ତୁ ଏନେଇ କୌଣସି ପଦକ୍ଷେପ ନେଉନାହାଁନ୍ତି କେନ୍ଦ୍ର ସରକାର ବୋଲି ଅଭିଯୋଗ କରିଛି ବିଜେଡି ।

Get real time updates directly on you device, subscribe now.