fbpx

ଶ୍ରେୟସ ବଢାଇଲେ ଅଧିନାୟକଙ୍କ ଟେନସନ, ବିରାଟ ଫେରିଲେ ପ୍ଲେଇଙ୍ଗ ଇଲେଭେନରୁ କେଉଁ ଖେଳାଳି ପଡିବେ ବାଦ୍ ?

ନୂଆଦିଲ୍ଲୀ : ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି । ଘରୋଇ ଭାରତୀୟ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୨୫୮ ରନ କରିଛି । ପ୍ରଥମ ଦିନରେ ସବୁଠୁ ଦମଦାର ପ୍ରଦର୍ଶନ କରିଛନ୍ତି ପଦାର୍ପଣ ଟେଷ୍ଟ ଖେଳୁଥିବା ଶ୍ରେୟସ ଆୟର । ସେ ୧୩୬ ବଲରୁ ୭୫ ରନ କରି ଅପରାଜିତ ଅଛନ୍ତି । ଶ୍ରେୟସଙ୍କ ଏହି ଇନିଂସ ଭାରତର ସ୍ଥିତିକୁ ମଜବୁତ କରିଛି । ଅନ୍ୟପଟେ ତାଙ୍କର ଏହି ଇନିଂସ ଭାରତୀୟ ଅଧିନାୟକଙ୍କ ଚିନ୍ତା ବଢାଇ ଦେଇଛି ।

ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଦଳକୁ ଫେରିବେ । ଅଧିନାୟକ ଭାବେ ସେ ଚୂଡାନ୍ତ ଏକାଦଶରେ ସାମିଲ୍ ହେବା ସ୍ୱାଭାବିକ କଥା । ଏମିତି ହେଲେ ଭାରତର ବର୍ତ୍ତମାନ ଦଳରୁ ଜଣେ ବ୍ୟାଟସମ୍ୟାନଙ୍କୁ ବାହାରେ ବସିବାକୁ ପଡିବ । ଏହା ହିଁ ଭାରତୀୟ ପ୍ରବନ୍ଧକଙ୍କ ପାଇଁ ବଡ ଚିନ୍ତାର ବିଷୟ ଯେ, କେଉଁ ଖେଳାଳିଙ୍କୁ ବାହାରେ ବସାଇବେ ।
ଶ୍ରେୟସ ଆୟର ମଧ୍ୟକ୍ରମର ବ୍ୟାଟସମ୍ୟାନ । ଏହା ସ୍ପଷ୍ଟ ଯେ, ଓପନିଂ ଯୋଡିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ଅର୍ଥାତ ବିରାଟ କୋହଲି ଫେରିଲେ ଦଳରେ ମଧ୍ୟକ୍ରମରେ ପରିବର୍ତ୍ତନର ସମ୍ଭାବନା ଅଧିକ ରହିଛି । କାନପୁର ଟେଷ୍ଟରେ ମଧ୍ୟକ୍ରମରେ ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର ଓ ଆଜିଙ୍କ୍ୟ ରାହାଣେ କ୍ରମଶଃ ନମ୍ବର ୩, ୪ ଓ ୫ରେ ବ୍ୟାଟିଂ କରିଛନ୍ତି । ବିରାଟ କୋହଲ ସର୍ବଦା ଚତୁର୍ଥ ନମ୍ବରରେ ବ୍ୟାଟିଂ କରନ୍ତି ।

ଯଦି ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ଖେଳିବେ ତେବେ ଶ୍ରେୟସ ଆୟରଙ୍କୁ ଦଳରେ ରଖିବାକୁ ହେଲେ ପୂଜାରା କିମ୍ବା ରାହାଣେଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେବାକୁ ପଡିବ । ଭିଭିଏସ ଲକ୍ଷ୍ମଣ କହିଛନ୍ତି, ବିରାଟ କୋହଲି ଶ୍ରେୟସଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶକୁ ଫେରିବେ । କେବଳ ଗୋଟିଏ ମ୍ୟାଚର ପ୍ରଦର୍ଶନ ଆଧାରରେ ପୂଜାରା କିମ୍ବା ରାହାଣେଙ୍କ ବ୍ୟାଟିଂ କ୍ରମ ସହ ଏମିତି କରାଯାଇ ପାରିବ ନାହିଁ । ଅର୍ଥାତ ଏହାର ସମ୍ଭାବନା ଅଧିକ ଯେ, ଶ୍ରେୟସ ଯେତେ ରନ କରନ୍ତୁ ନା କାହିଁକି, ଯଦି ଦଳର ସମସ୍ତ ଖେଳାଳି ଫିଟ୍ ତେବେ ତାଙ୍କୁ ଦଳରେ ବାହାରେ ବସିବାକୁ ପଡିବ ।

 

Get real time updates directly on you device, subscribe now.