fbpx

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାନ୍ଧରେ ହାତ ରଖି କଣ କହୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁଲାସା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ : ପ୍ରତିରକ୍ଷା ରାଜନାଥ ସିଂହ ଗୁରୁବାର ସୀତାପୁରରେ ଆୟୋଜିତ ବୁଥ୍ ଅଧ୍ୟକ୍ଷ ସମ୍ମିଳନୀରେ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି, କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋଟ ଟ୍ୱିଟ୍ କରିଥିଲେ । ଏଥିରେ ମୋଦୀ ଜୀ ତାଙ୍କ କାନ୍ଧରେ ହାତ ରଖି କିଛି କହୁଥିବା ଦେଖିବାକୁ ମିଳିଥିଲା । ଲୋକଙ୍କ ମନରେ ଏହି ପ୍ରଶ୍ନ ଆନ୍ଦୋଳିତ କରୁଥିଲା ଯେ, ମୋଦୀ ଜୀ ଯୋଗୀଙ୍କ କାନରେ କଣ କହିଲେ ? ଏବେ ଏହାର ଖୁଲାସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିଂହ କହିଛନ୍ତି, ପିଏମ ମୋଦୀ କହିଛନ୍ତି ଯେ, ଯୋଗୀ ଜୀ ଦ୍ରୁତ ଗତିରେ ବ୍ୟାଟିଂ କର । ପୁରା ମଜବୁତ ହୋଇ ଖେଳ । ବିଜୟ ନିଶ୍ଚିତ ଅଛି ।

ଏହା ପୂର୍ବରୁ ରାଜନାଥ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆମ ନିର୍ବାଚନୀ ଇସ୍ତାହାରେ ଏମିତି କଥା ନଆସୁ ଯାହାକୁ ଆମେ ପୂରା କରିନୁ । କୌଣସି ପାର୍ଟିର ନେତା ଜନତାଙ୍କ ପାଇଁ ଏମିତି ଚିନ୍ତା କରିନଥାଏ । ଲୋକେ କୁହନ୍ତି ଯେ, ନିର୍ବାଚନୀ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେବା କଥା ଦେଇ ଚାଲ, ଜନତାଙ୍କ ଆଖିରେ ଧୂଳି ଦେଇ କ୍ଷମତା ହାସଲ କର । ମାତ୍ର ଏମିତି କ୍ଷମତା ଆମେ ପାଇବାକୁ ଚାହୁଁନୁ । ଆମେ ଜନତାଙ୍କ ଆଖିରେ ଧୂଳି ଦେଇ ନୁହଁ ବରଂ ଜନତାଙ୍କ ଆଖିରେ ଆଖି ମିଶାଇ ରାଜନୀତି କରିବାକୁ ଚାହୁଁ ବୋଲି ରାଜନାଥ ସିଂହ କହିଛନ୍ତି । ସୀତାପୁରର ଡିଟି ପିଜି କଲେଜରେ ଉମାନାଥ ସିଂହ ଷ୍ଟାଡିୟମରେ ବିଜେପିର ଏହି ବୁଥ ସମ୍ମଳନୀରେ ଅବଧ କ୍ଷେତ୍ରର ୧୫ ଜିଲ୍ଲାର ପ୍ରାୟ ୪୦ ହଜାର ବୁଥ ଅଧ୍ୟକ୍ଷ ସାମିଲ୍ ହୋଇଥିଲେ ।

Get real time updates directly on you device, subscribe now.