fbpx
BJD SKY
BJD SKY

ଅପେକ୍ଷାର ଘଟିଲା ଅନ୍ତ: ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ?

BJD

ପିପିଲି,୨୬ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନକୁ ନେଇ ତାରିଖ ଘୋଷଣା ପରେ ସମସ୍ତଙ୍କ ନଜର ବିଜେଡି ପ୍ରାର୍ଥୀ ଉପରେ ରହିଥିଲା । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ କିମ୍ବା ପୁଅକୁ ପ୍ରାର୍ଥୀ ଘୋଷଣା ନେଇ ଚାଲିଥିଲା ଦ୍ୱନ୍ଦ୍ୱ । ଏହାରି ମଧ୍ୟରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପ୍ରଦୀପଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଆଜି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ତେବେ ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ନେଇ ଭୋଟଗ୍ରହଣ ହେବ । ପିପିଲି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ଆଶ୍ରିତ । ନାମାଙ୍କନ ସମୟରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.