fbpx

ପରୀ ମାମଲା: ବିଜେପିର ଅଭିଯୋଗ ପରେ ବିଜେଡିର କଡା ଜବାବ

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ ‘ପରୀ’ ମାମଲାକୁ ନେଇ ସବର୍ଦା ରାଜନୀତି ଚାଲିଛି । ଏହି ପ୍ରସଙ୍ଗରେ ଆଜି ଅଭିଯୋଗ ବିଜେପି ଆଣିଛି , ଯାହାର କଡା ଉତ୍ତର ରଖିଛି ବିଜେଡି । ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ‘ଏସଆଇଟି ତଦନ୍ତ ପ୍ରକ୍ରିୟାରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ପାଖରେ ପରୀ ସଂକ୍ରାନ୍ତୀୟ କୌଣସି ତଥ୍ୟ ନାହିଁ । ଓଡିଶାବାସୀଙ୍କୁ ଭ୍ରମିତ କରିବା ଓ ରାଜନୈତିକ ଫାଇଦା ଉଠାଇବାକୁ ବିଜେପି ଉଦ୍ୟମ କରୁଛି । ଓଡିଶାବାସୀ ଏହି ଘଟଣା ସମ୍ପର୍କରେ ସଚେତନ ଅଛନ୍ତି । ପରୀକୁ ନ୍ୟାୟ ଦେବାରେ ଓଡିଶା ସରକାରଙ୍କ ଉଦ୍ୟମ ପ୍ରତି ଲୋକଙ୍କ ବିଶ୍ୱାସ ଅଛି ।’

ତେବେ ପରୀ ମାମଲାରେ ଆଜି ଅଭିଯୋଗ କରିଥିଲେ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଥିଲେ ଯେ, ପରୀ ହତ୍ୟାକାଣ୍ଡର ତଦନ୍ତରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର । ସରକାର ବିଧାନସଭାରେ ମିଛ କହିଥିଲେ, ଏବେ ମିଛ ପ୍ରମାଣିତ ହୋଇଛି । ବିଧାନସଭାରେ ମିଛ କହିଥିବାରୁ ଏହା ସ୍ୱାଧିକାର ଭଙ୍ଗ ହୋଇଛି । କେବଳ ଜଣଙ୍କୁ ବଞ୍ଚାଇବା ପାଇଁ ହୀନ ଉଦ୍ୟମ କରିଛନ୍ତି ସରକାର । ପୋଲିସ, ବରିଷ୍ଠ ଅଧିକାରୀ ମଧ୍ୟ ହଁରେ ହଁ ମିଳାଉଛନ୍ତି । ମିଛରେ ବାରମ୍ବାର କୋର୍ଟରେ ମନିଟରିଂ କଥା କହିଆସିଥିଲେ ସରକାରୀ ଦଳ ନେତା । କଂଗ୍ରେସ ଦଳ ବି ବିଜେଡିର ହଁରେ ହଁ ମିଳାଇଥିଲା । ପରୀକୁ ନ୍ୟାୟ ନମିଳୁ ଓ ଦୋଷୀକୁ ଖସାଇବାକୁ ଅପଚେଷ୍ଟା କରାଯାଇଛି ।’

Get real time updates directly on you device, subscribe now.