fbpx

ମିଶନ ଶକ୍ତି ସଂଯୋଜକଙ୍କୁ ମାଡ଼

ବାଲେଶ୍ୱର,୧୫ ।୧(ଓଡିଶା ଭାସ୍କର): ମିଶନ ଶକ୍ତି ସଂଯୋଜକଙ୍କୁ ନିସ୍ତୁକ ମାଡ କରିଲେ ଏସଏଚଜି ମହିଳା । ପ୍ରକଳ୍ପ ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ତାଙ୍କୁ ମହଙ୍ଗା ପଡିଛି ଫଳରେ ଆଜି ବସ୍ତା ବ୍ଲକ ଅଫିସ ଭିତରେ ପଶି ମିଶନ ଶକ୍ତି ସଂଯୋଜକଙ୍କୁ ୩୦ରୁ ୪୦ ମହିଳା ନିସ୍ତୁକ ମାଡ ମାରିଛନ୍ତି । ମିଶନ ଶକ୍ତି ସଂଯୋଜକଙ୍କୁ କୁଡ଼ିଆ ପଞ୍ଚାୟତ ଏସ୍ଏଚ୍ଜି ମହିଳା ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ପ୍ରକଳ୍ପ କାମକୁ ନେଇ ପାତରଅନ୍ତର କରୁଥିବା ଅଭିଯୋଗରେ ମାଡ ମାରିବା ପରେ ମସ୍ତା ଥାନାରେ ସଂଯୋଜକଙ୍କ ନାଁରେ ଅଭିଯୋଗ କରିଛନ୍ତି ଏସଏଚଜି ମହିଳା । ପଚରାଉଚରା ବେଳେ ସଂଯୋଗ ପ୍ରଥମେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.