fbpx
BSKY SKY
BSKY SKY

ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କଲା ସିବିଆଇ

BSKY

କୋଲକାତା,୧୫ ।୧: ବହୁଚର୍ଚ୍ଚିତ ରୋଜଭ୍ୟାଲି ମାମଲାରେ ଶୁଭ୍ରା କୁଣ୍ଡୁ ଗିରଫ ହୋଇଛନ୍ତି । କୋଲକାତାରୁ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି ସିବିଆଇ । ତେବେ ରୋଜ ଭ୍ୟାଲି ଗ୍ରୁପ ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ହେଉଛନ୍ତି ଶୁଭ୍ରା କୁଣ୍ଡୁ । ଶୁଭ୍ରାଙ୍କୁ ଠକେଇ ଅଭିଯୋଗରେ ସିବିଆଇ ଗିରଫ କରିଛି । ସିବିଆଇର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ସୂଚନା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଶୁଭ୍ରା କୁଣ୍ଡୁଙ୍କୁ ପଚରାଉଚରା ପାଇଁ ଖୋଜୁଥିଲା ।

ରୋଜ ଭ୍ୟାଲିର ୧୨ ହଜାର କୋଟି ଟଙ୍କା ଠକେଇ ନେଇ ତଦନ୍ତ ଚାଲିଛି । ୧୦୧୫ ମାର୍ଚ୍ଚର ରୋଜ ଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁ ଜେଲରେ ଅଛନ୍ତି । ତେବେ ଓଡ଼ିଶାରେ ୧ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.