fbpx

ପିପିଲି ପାଇଁ ପ୍ରାର୍ଥୀ ଖୋଜୁଛି ବିଜେଡି

ପିପିଲି, ୨ ।୨(ଓଡିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ ଚାଲିଛି ସଜବାଜ । ବିଜେଡି ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ଏବେ ଚାଲିଛି ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ କେଶରୀ ଦେବଙ୍କ ଘରେ ଏନେଇ ଚାଲିଛି ମାନସ ମନ୍ଥନ । ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଛନ୍ତି ସ୍ଥାନୀୟ ନେତା । ବୈଠକ ପରେ ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ ମହାରଥୀଙ୍କ ପତ୍ନୀଙ୍କୁୁ ଟିକଟ ଦିଆଯାଉ । ମହାରଥୀଙ୍କ ସହ ତାଙ୍କ ପତ୍ନୀ ନିର୍ବାଚନ ମଣ୍ଡଳିକୁ ଯାଆନ୍ତି । ସବୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ଆମେ ତାହା ଗ୍ରହଣ କରିବୁ ।’

ତେବେ ମହିଳା ସଶକ୍ତୀକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବାରୁ ପ୍ରତିଭାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ପୁଅ ରୁଦ୍ର ମହାରଥୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି ।

ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପଦବୀ ଖାଲି ପଡିଛି । ଏନେଇ ଖୁବଶୀଘ୍ର ପିପିଲି ଉପନିର୍ବାଚନର ତାରିଖ ପ୍ରକାଶ ପାଇବ । କିଛିଦିନ ପୂର୍ବରୁ ସ୍ୱର୍ଗତ ପ୍ରତୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ଦଳ ଯାହାକୁ ଚାହିଁବ ଆମେ ସମର୍ଥନ କରିବୁ । ଦଳର ନିଷ୍ପତ୍ତିକୁ ସମର୍ଥନ ଦେବୁ । ପାର୍ଟି ଓ ମାଟିର ଉନ୍ନତି ପାଇଁ କାମ କରିବୁ । ମା’ ପୁଅ ମଧ୍ୟରେ କୌଣସି ବିବାଦ ନାହିଁ । ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ।’ ସେହିପରି ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଥିଲେ ।

Get real time updates directly on you device, subscribe now.