fbpx

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ BJD ସାଂସଦଙ୍କ ଚିଠି, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । କୋଭିଡ ଦ୍ୱିତୀୟ ଲହରୀରେ ବହୁ ଘରସଂସାର ଉଜୁଡିଯାଇଥିବା ବେଳେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି । ଅନାଥଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ବ୍ୟବସ୍ଥା ପାଇଁ ଚିଠି ଲେଖିଛନ୍ତି ଅମର ପଟ୍ଟନାୟକ ।

ଏଥିପାଇଁ ତଥ୍ୟ ଓ ତାଲିକା ଆସିବାର ଅପେକ୍ଷା ନକରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏହାକୁ ମହାପ୍ରଭୁ ଜଗନ୍ନାଥଙ୍କ ଇଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ ରହିଛି । ଜଗନ୍ନାଥ ଚାହୁଁଛନ୍ତି ସେମାନଙ୍କ ଆଡମିଶନ ହେଉ, ସେମାନଙ୍କ ଭବିଷ୍ୟତ ଅନ୍ଧାର ନହେଉ ବୋଲି ଅମର ଚିଠିରେ ଲେଖିଛନ୍ତି । ଅନାଥ ଶିଶୁଙ୍କୁ ଦେଖିବାକୁ କେହି ନାହାନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରିଥିବା ଅମର କହିଛନ୍ତି ।

Get real time updates directly on you device, subscribe now.