fbpx

ଝୁଲୁଛି +୨ ପିଲାଙ୍କ ଭାଗ୍ୟ! ବାରମ୍ବାର ବୈଠକ ପରେ ମଧ୍ୟ ବାହାରୁନି ନିଷ୍କର୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ବସିଲା ବୈଠକ । କିନ୍ତୁ ବାହାରି ପାରିଲାନି ନିଷ୍କର୍ସ । ଫଳରେ +୨ ଛାତ୍ରଛାତ୍ରୀଙ୍କ ଭାଗ୍ୟ କଣ ହେବ ବୋଲି ସାଧାରଣରେ ଚିନ୍ତା ଘାରିଛି । ଆଜି ୧୪ ଜଣିଆ ବୈଷୟିକ କମିଟି ବୈଠକ ବସିଥିଲା କିନ୍ତୁ କେମିତି ହେବ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସ୍ଥିର ହୋଇପାରିନି ।

ସୂଚନା ଅନୁସାରେ କୋଭିଡ୍ ସଂକ୍ରମଣର ସଂକଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ବାତିଲ୍ କରିଦେଇଥିଲେ । କେବଳ ପିଲାଙ୍କ ପ୍ରଥମ ବର୍ଷର ପରଫର୍ମାନ୍ସ ଓ ଅନ୍ୟାନ୍ୟ ଦିଗକୁ ବିଚାର କରି ମୂଲ୍ୟାୟନ କରାଯିବ ଓ ରେଜଲ୍ଟ ବାହରିବ ବୋଲି ସାଧାରଣରେ ଧାରଣା ରହିଥିଲା । ତେବେ ଏନେଇ ପୂର୍ବରୁ ୨ଥର ବୈଷୟିକ କମିଟି ବୈଠକରେ ଆଲୋଚନା ମଧ୍ୟ ହୋଇଥିଲା । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ମଧ୍ୟ ତୃତୀୟଥର ପାଇଁ ୧୪ ଜଣିଆ କମିଟି ବୈଠକ କରି ପିଲାଙ୍କ ପାଇଁ ଚିନ୍ତା ଓ ଚର୍ଚ୍ଚା କରିଥିଲେ । ତେବେ କୌଣସି ନିର୍ଦ୍ଦିଷ୍ଟ ମାର୍ଗ ସ୍ଥିର ହୋଇନଥିବାବେଳେ ମାଟ୍ରିକ୍ ପିଲାଙ୍କ ମୂଲ୍ୟାୟନ ଭଳି କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେହିପରି ମାଟ୍ରିକ୍ ପିଲାଙ୍କ ଯେଉଁ ସବୁ ବିଷୟ +୨ ପିଲାଙ୍କ ସହ ମେଳ ଖାଉନି, ସେସବୁର ମୂଲ୍ୟାୟନ କିଭଳି ହେବ ବୋଲି ମଧ୍ୟ ମତ ପ୍ରକାଶ ପାଉଛି । ତେବେ ଏନେଇ ପୁଣି ବୈଠକ ବସିିବ ଏବଂ ହୋଇପାରେ ଗୁରୁବାର ହିଁ ବୈଠକ ହୋଇପାରେ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସହ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କମିଟି ରିପୋର୍ଟ ପ୍ରଦାନ କରିପାରିନି ବୋଲି କାଉନସିଲ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନ (ସିଏଚଏସଇ) ଉପାଧ୍ୟକ୍ଷ ତୁଷାର କାନ୍ତ ତ୍ରିପାଠୀ ମତ ଦେଇଛନ୍ତି ।

Get real time updates directly on you device, subscribe now.