fbpx

କୋଭାକ୍ସିନରେ ବାଛୁରୀ ସିରମ ? କଂଗ୍ରେସ ନେତାଙ୍କ ଟ୍ୱିଟ୍ ର ଉତ୍ତର ଦେଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ୱିତୀୟ ଲହର ଏହାର କାୟା ବିସ୍ତାର କରିଛି । ଅବଶ୍ୟ ଏବେ ସଂକ୍ରମଣ ହାରରେ ହ୍ରାସ ଘଟିଥିଲେ ବି ଟଳିନି ବିପଦ । ସେପଟେ କୋଭିଡ ଠାରୁ ଜିତିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଗୌରଭ ପାନ୍ଧୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ କୋଭାକ୍ସିନକୁ ନେଇ ବଡ ଖୁଲାସା କରିଛନ୍ତି । ସେ ତାଙ୍କ ଦାବିପତ୍ରରେ ଆରଟିଆଇ ଦ୍ୱାରା ମିଳିଥିବା ଏକ ତଥ୍ୟର ଦସ୍ତାବିଜ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି କୋଭାକ୍ସିନ ପ୍ରସ୍ତୁତିରେ ୨୦ ଦିନରୁ କମ ବୟସର ବାଛୁରୀର ରକ୍ତ କୋଷିକା ବ୍ୟବହୃତ ହୋଇଛି ।

ଅନ୍ୟପଟେ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କୋଭାକ୍ସିନର କମ୍ପୋଜିସନକୁ ନେଇ ସୋସିଆଲ ମିଡିଆରେ କୋଭାକ୍ସିନରେ ନବଜାତ ବାଛୁରୀର ରକ୍ତ କୋଷିକା ମିଶିଥିବା କଥା କୁହାଯାଉଛି, ଯାହାକି ଭିତ୍ତିହୀନ ।

ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭେରୋ ସେଲ ଉତ୍ପାଦନ ଏବଂ ବିକାଶରେ କେବଳ ନବଜାତ ବାଛୁରୀର ରକ୍ତ କୋଷିକା ବ୍ୟବହୃତ ହୋଇଛି । ତେବେ ଭାଇରସ କଲଚର କରିବାକୁ ଏହି ଟେକନିକ ବ୍ୟବହାର କରାଯାଇଥାଏ । ରେବିଜ, ପୋଲିଓ ଏବଂ ଇନଫ୍ଲଏନଜା ଟିକାରେ ମଧ୍ୟ ଏହି ଟେକନିକର ବ୍ୟବହାର କରାଯାଇଥାଏ । ତେବେ କୋଭାକ୍ସିନ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ନବଜାତ ବାଛୁରୀର ରକ୍ତ ବ୍ୟବହୃତ ହୋଇନାହିଁ । ଏହା ଉପଯୁକ୍ତ ମଧ୍ୟ ନୁହେଁ ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭେରୋ ସେଲ ବିକଶିତ ହେବା ପରେ ଏହାକୁ ପାଣି ଏବଂ ରସାୟନ ଦ୍ୱାରା ଭଲ ଭାବରେ ସଫା କରାଯାଇଥାଏ ଯାହାଦ୍ୱାରା ନବଜାତ ବାଛୁରୀର ସିରମ ସଫା ହୋଇପାରିବ । ଏହା ପରେ କୋଷିକାଗୁଡ଼ିକୁ କରୋନା ଭାଇରସ ସଂକ୍ରମିତ କରାଯାଇଥାଏ ଯାହାଦ୍ୱାରା ଭାଇରସ ବିକଶିତ ହୋଇପାରିବ । ଏହି ପ୍ରକ୍ରିୟାରେ ଭେରୋ କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ । ଏହାପରେ ବିକଶିତ ଭାଇରସକୁ ମଧ୍ୟ ନଷ୍ଟ କରାଯାଇଥାଏ ।

କଂଗ୍ରେସର ନ୍ୟାସନାଲ କୋର୍ଡିନେଟର ଗୌରଭ ପାନ୍ଧୀଙ୍କ କୋଭାକ୍ସିନରେ ବାଛୁରୀ ସିରମ ବ୍ୟବହାର ହୋଇଥିବା ଦାବିର ଉତ୍ତର ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅରଗାନାଇଜେସନ (ସିଡିଏସସିଓ) ବିକାଶ ପାଟନୀ ନାମକ ବ୍ୟକ୍ତି ଆରଟିଆଇକୁ ମାଗିଥିବା ତଥ୍ୟ ଆଧାରରେ ଦେଇଛନ୍ତି ।

ଗୌରଭ ପାନ୍ଧୀ ଆରଟିଆଇର ଉତ୍ତରର ଏକ ସ୍କ୍ରିନ ସଟ୍ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି । ସେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ଉପରେ ଭାରତୀୟଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ସରକାର ସ୍ୱୀକାର କରିଛନ୍ତି ଭାରତ ବାୟୋଟେକର ଭ୍ୟାକ୍ସିନରେ ବାଛୁରୀ ସିରମ ସାମିଲ ରହିଛି । ଏହା ବହୁତ ଖରାପ ଏହା ବିଷୟରେ ପୂର୍ବରୁ ଲୋକଙ୍କୁ ସୂଚନା ଦେବା ଦରକାର ଥିଲା ।

Get real time updates directly on you device, subscribe now.