fbpx

ବିଜେଡିର ପଞ୍ଚାୟତ ନିର୍ବାଚନ ସଜବାଜ: ପ୍ରଦୀପ ମାଝିଙ୍କ ସମେତ ପ୍ରଫୁଲ୍ଲ ମାଝି ଓ ମହେଶ ସାହୁ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ବିଜୁ ଜନତା ଦଳର ସାଙ୍ଗଠନିକ ପଦପଦବୀରେ ନୂତନ ନିଯୁକ୍ତି ଦିଆଯାଇଛି । ୩ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୪ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ପ୍ରଦୀପ ମାଝି, ପ୍ରଫୁଲ୍ଲ ମାଝି ଓ ମହେଶ ସାହୁଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀ ଦିଆଯାଇଥିବାବେଳେ ଅରିନ୍ଦମ୍‌ ରଏ, ଧନୁର୍ଜୟ ସିଧୁ, ଚନ୍ଦ୍ରଶେଖର ମାଝି ଓ କୈଳାସ କୁଲେସିକାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ସେହିଭଳି ବିଶ୍ୱରଂଜନ ମଲିକ, ରମେଶ ଚନ୍ଦ୍ର ପରିନା, ପ୍ରଦୀପ ସାହୁ, ଦିଲୀପ କୁମାର ସାହୁ, ମହେଶ ହେମ୍ବ୍ରମ୍‌ ଓ ପ୍ରିୟବ୍ରତ ସାମନ୍ତରାୟଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି । ଏ ନେଇ ବିଜେଡିର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Get real time updates directly on you device, subscribe now.