fbpx

ଏଥର ବିଏମ୍‌ସିରେ ମହିଳା ମେୟର, ପ୍ରଥମ ଥର ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଗାମୀ ନିର୍ବାଚନରେ ମହିଳାଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମେୟର ପଦ ସଂରକ୍ଷିତ ରଖାଯାଇଛି । ପ୍ରଥମଥର ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଜଣେ ମହିଳା ମେୟର ମିଳିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ସେହିପରି ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । କଟକ ମହାନଗର ନିଗମ ପଦ ଅଣସଂରକ୍ଷିତ ରହିଛି । ମହାନଗର ଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥା ନେଇ ଆପତ୍ତି ଥିଲେ ୧୫ ଦିନ ମଧ୍ୟରେ ଜଣାଇବାକୁ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.