fbpx

ଜିଲ୍ଲା ବିଜେଡି ସଂଗଠନ ପୁନର୍ଗଠିତ: ଅନେକ ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏହାକୁ ନେଇ ଶାସକ ବିଜେଡି ତା’ର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ନେତାଙ୍କୁ ନିଯୁକ୍ତି ଦେଉଛନ୍ତି । ଦଳ କିପରି ଆଗାମୀ ନିର୍ବାଚନରେ କ୍ଷମତା ବଜାୟ ରଖିବ ସେନେଇ ବିଜେଡି ରଣନୀତି ପ୍ରସ୍ତୁତ କରୁଛି ।

ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ବିଜେଡି ସଂଗଠନ ପୁନର୍ଗଠିତ ହୋଇଛି । ଜିଲ୍ଲା ସଂଗଠନ, ଛାତ୍ର ସଂଗଠନ ଓ ମହିଳା ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସୁପ୍ରିମୋ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି । ନୂଆ ନେତାଙ୍କ ନିଯୁକ୍ତି ନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ହିଞ୍ଜିଳି ମ୍ୟୁନିସିପାଲିଟିର ପୂର୍ବତନ ଉପାଧ୍ୟକ୍ଷ ଶିବରାମ ଗୌଡ଼ଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି ଦଳ ।

ସେହିପରି ଜିଲ୍ଲା ବିଜେଡି ଉପସଭାପତି ଭାବେ ୧୨ ଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଛି । ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାପତି ଭାବେ ପ୍ରମିଳା ବିଷୋୟୀ ଓ ରଶ୍ମିତା ବେହେରାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଆ ମହାରଣାଙ୍କୁ ମହିଳା ବିଜେଡିର ସାଧାରଣ ସମ୍ପାଦକ ଓ ମନସୁରୀ ସ୍ୱାଇଁଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଭାବେ ଦୁଇଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହିତ ଜିଲ୍ଲା ଯୁବ ଜନତା ଦଳର ଉପସଭାପତି, ସମ୍ପାଦକମାନଙ୍କଙ୍କ ନାମ ଘୋଷଣା କରାଯାଇଛି ।

Get real time updates directly on you device, subscribe now.