fbpx
BJD SKY
BJD SKY

ଓଡିଶାର କେଉଁ ରାଜନେତାଙ୍କ ବିରୋଧରେ ଅଛି ଅଧିକ କ୍ରିମିନାଲ ରେକର୍ଡ? ସାମିଲ ଅଛନ୍ତି ଏତିକି ବିଧାୟକ….

BJD

ଭୁବନେଶ୍ୱର: ଓଡିଶାର ରାଜନୀତିକୁ ନେଇ ଏବେ ଲୋକମାନେ ନିରାଶା ପ୍ରଦର୍ଶନ କରୁଛନ୍ତି । ଅନେକ ନେତା ତଥା ବିଧାୟକଙ୍କ ବିରୋଧରେ ଅପରାଧୀକ ମାମଲା ଦାୟର ହେଉଥିବାରୁ ସାଧାରଣ ଲୋକଙ୍କ ବିଶ୍ୱାସ ହରାଉଛନ୍ତି ରାଜ୍ୟର ବରିଷ୍ଠ ଏବଂ ତୁଙ୍ଗ ନେତା । ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକାଂଶ ନେତାଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅପରାଧୀକ ମାମଲା ରେକର୍ଡ କରାଯାଉଛି । ଯାହାକୁ ନେଇ ଜନସାଧାରଣ ଅସନ୍ତୋଷ ଜାହିର କରିଛନ୍ତି । ତେବେ ରାଜ୍ୟର ବିଧାୟକମାନଙ୍କ ବିରୋଧରେ ହୋଇଥିବା କ୍ରିମିନାଲ କେସକୁ ନେଇ ଏଡିଆର ରିପୋର୍ଟ ଏକ ବଡ଼ ଖୁଲାସା କରିଛି ।

ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ(ADR)ର ରିପୋର୍ଟ ଅନୁସାରେ, ଓଡ଼ିଶାର ୬୪ ଜଣ ବିଧାୟକଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅପରାଧୀକ ମାମଲା ରୁଜୁ ହୋଇଛି । ତେବେ ଏମାନଙ୍କ ମଧ୍ୟରୁ ୪୬ ଜଣ ବିଧାୟକଙ୍କ ନାମ ସଙ୍ଗୀନ ମାମଲାରେ ଯୋଡ଼ି ହୋଇଥିବା ବେଳେ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ତେବେ ଏ ସମସ୍ତ ରେକର୍ଡକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ଏଡିଆର । ଏହି ରିପୋର୍ଟ ଅନୁସାରେ ଓଡିଶାର ମୋଟ ୪୪% ଅର୍ଥାତ୍ ୬୪ ଜଣ ବିଧାୟକ ଏବେ ବିଭିନ୍ନ କ୍ରିମିନାଲ କେସରେ ଫସି ରହିଛନ୍ତି । ସେହିପରି ୨୦୧୯ ମସିହାରେ ସତ୍ୟପାଠ କରିଥିବା ୧୪୫ ବିଧାୟକଙ୍କ ମଧ୍ୟରୁ ୪୬ ଜଣ ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ରେକର୍ଡ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ, ୨ ଜଣ ବିଧାୟକଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି । ସେହିପରି ୧୧ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ୧୨ ଜଣ ବିଧାୟକଙ୍କ ବିରୋଧରେ ମହିଳାଙ୍କ ପ୍ରତି ଅପରାଧିକ ମାମଲା କରାଯାଇଥିବା ବେଳେ ଜଣଙ୍କ ବିରୋଧରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଦାୟର କରାଯାଇଛି ।

ତେବେ ଏଡିଆର ରିପୋର୍ଟ ଅନୁସାରେ ବିଶ୍ଲେଷଣ କରାଯାଇଥିବା ବିଧାୟକଙ୍କ ମଧ୍ୟରୁ ୧,୧୩୬ ଜଣ ବା ପାଖାପାଖି ୨୮ ପ୍ରତିଶତଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ସେଥିମଧ୍ୟରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳା ବିରୋଧୀ ଅପରାଧ ସାମିଲ ରହିଛି । ସାରା ଦେଶରେ ୪୪ ପ୍ରତିଶତ ଏପରି ବିଧାୟକ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ଦାୟର ହୋଇଛି । କେରଳରେ ସବୁଠାରୁ ଅଧିକ ୭୦ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଦାୟର ହୋଇଛି । ୨୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ରହିଥିବା ୪,୦୩୩ ଜଣ ବିଧାୟକଙ୍କ ମଧ୍ୟରୁ ୪,୦୦୧ ଜଣ ବିଧାୟକଙ୍କୁ ଏଥିରେ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.