fbpx

‘ବିଜେଡି ଖାଲି ହେବ’ ବୟାନକୁ ନେଇ ବିଜେଡି ପ୍ରତିକ୍ରିୟାଶୀଳ

ଭୁବନେଶ୍ବର: ଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିଜେଡ଼ି ଫାଙ୍କା ହେଇଯିବା ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଦେଖାଦେଇଛି ଉଷ୍ଣତା । ବିଜେପି ନେତା ଏଥିରେ ଉତ୍ସାହିତ ହୋଇଥିବା ବେଳେ ବିଜେଡି ନେତା ହୋଇଛନ୍ତି ପ୍ରତିକ୍ରିୟାଶୀଳ । କିଏ ବିଜେଡିକୁ ଖାଲି କରିବାକୁ ଚ୍ୟାଲେଞ୍ଜ କରିଛନ୍ତି ତ ପୁଣି କିଏ କହୁଛନ୍ତି ଦିବା ସ୍ୱପ୍ନ ।

ସାମଲଙ୍କୁ ବିଜେଡି ବିଧାୟକ ବଦ୍ରି ପାତ୍ର ଦେଇଛନ୍ତି ଖୋଲା ଚ୍ୟାଲେଜ । ଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ । ବୟାନ ବାଜିରେ କିଛି ଲାଭ ନାହିଁ । କିଏ କହିଲେ କଣ କାହା ମୁଁହରେ ହାତ ଦେଇ ହେବକି ? କେଉଁ ଆଧାରରେ ମନ ମୋହନ ସାମଲ କହିଲେ ଏମିତି ବୋଲି ବଦ୍ରୀ ପ୍ରଶ୍ନ କରିବା ସହ ବିଜେଡି ଭାରତ ବର୍ଷର ଏକ ବଡ ଆଞ୍ଚଳିକ ଦଳ । ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ପଚାରିଛନ୍ତି?

ସେହିପରି ସାମଲଙ୍କୁ କଡା ସମାଲୋଚନା କରିଛନ୍ତି ଗଣେଶ୍ଵର ବେହେରା। ବେହେରା କହିଛନ୍ତି, ଏହା ମୁଙ୍ଗେରି ଲାଲ୍ କେ ହସିନ ସପ୍ନେ ପରି । ୨ ଜଣ ବିଜେଡ଼ି ରାଜ୍ୟସଭା ସାଂସଦଙ୍କୁ ଅପହରଣ କରି ସେମାନେ ଯେଉଁ ଉଲ୍ଲସିତ ହେଉଛନ୍ତି ସେ ଉଲ୍ଲାସ ଅଳ୍ପଦିନ ପାଇଁ । ତାହା ହିଁ ପ୍ରମାଣିତ ହେବ। ଆଗକୁ ଆହୁରି ଗଣେଶ୍ୱର କହିଛନ୍ତି, ଯିଏ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ। ବବି ଦାସ ଜଣେ ଅନୁଭବୀ ଯୋଦ୍ଧା। ସଫଳ ଯୋଦ୍ଧା। ଗୋଟିଏ ପରାଜୟରେ ଜଣଙ୍କ ସଫଳତା କେବେ ନ୍ୟୁନ ହୁଏନି। ସୁତରାଂ ସେ କହିଥିଲେ, ସେ ଲଢିବା ପାଇଁ ପ୍ରସ୍ତୁତ । ଲଢିବା ମାନେ ନୁହଁ ଯେ ନିର୍ବାଚନ ଲଢିବା। ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ମଧ୍ୟ ନେତା ଲଢିଥାନ୍ତି ବୋଲି କହିଛନ୍ତି ଗଣେଶ୍ୱର ।

ସେପଟେ ବିଜେପି ଶିବିରରେ ଉତ୍ସାହ । ବଦ୍ରୀଙ୍କ ଚ୍ୟାଲେଞ୍ଜ ଉପରେ ବିଜେପି ବିଧାୟକ ସନାତନ ବିଜୁଳୀ କହିଛନ୍ତିି ବିଜେଡି ଏବେ ଶେଷ ହେବାକୁ ଯାଉଛି। ଆଉ ବିକଳ୍ପ ନାହିଁ । ଭାରତରେ ବିଜେପି ହେଉଛି ଏକ ମାତ୍ର ବିକଳ୍ପ। ସମୁଦ୍ରରେ ନଈ ମିଶିବା ପରି ସମସ୍ତେ ଇଛା କରିବେ ମିଶିବା ପାଇଁ। ଅନେକ ନେତା ମିଶିବେ। । ଆମର ନିଶ୍ଚିତ ତାକତ ଅଛି। ଆଗାକୁ ଦେଖନ୍ତୁ କଣ ହେଉଛି। ତାଙ୍କୁ ଭାଙ୍ଗିବାକୁ ପଡିବ ନାହିଁ। ଆପେ ଆପେ ଭାଙ୍ଗିଯିବ।

Get real time updates directly on you device, subscribe now.