fbpx

ପୁଣି ବିଜେଡିକୁ ଏକ ବଡ଼ ଝଟକା, ଦଳ ଛାଡିଲେ ଆଉ ଜଣେ ନେତା

ଓଡ଼ିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଅଛି। ହେଲେ ଏହା ପୂର୍ବରୁ ବିଜେଡିକୁ ଲାଗିଛି ଏକ ବଡ଼ ଝଟକା । ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ। ଚିତ୍ତରଞ୍ଜନ ନିଜ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ଚିତ୍ତରଞ୍ଜନ ବିଜେଡି ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ। ତେବେ ଦଳ ଛାଡିବା ନେଇ ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତି ଯେ ୨୦୧୯ ସେପ୍ଟେମ୍ବରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। କିନ୍ତୁ ଏହାପରେ ବାରମ୍ବାର ଚେଷ୍ଟା ସତ୍ତ୍ୱେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରି ନାହାନ୍ତି।

ଏଠାରେ କହି ରଖୁ ଯେ, ଚିତ୍ତରଞ୍ଜନ ପୁଣି ଘର ବାହୁଡ଼ି କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ୨୦୧୯ରେ ସେ କଂଗ୍ରେସ ଟିକେଟରେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ପରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ଚିତ୍ତରଞ୍ଜନ ନର୍ଲା ବିଧାନସଭା ଆସନରୁ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଟିକେଟ କଟିବା ସହିତ ଦଳ ପକ୍ଷରୁ ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେଣୁ ସେ ପୁଣି କଂଗ୍ରେସ ଟିକେଟ ପାଇଁ ଦଳ ଛାଡିଥିବା କୁହାଯାଉଛି।

 

Get real time updates directly on you device, subscribe now.